ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ: ୧୨ ଘଣ୍ଟା ଜୀବନଯାତ୍ରା ବ୍ୟାହତ

ସୋନପୁର: ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ କୋଶଲ ରାଜ୍ୟ ସମନ୍ଵୟ ସମିତି ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ସୁବର୍ଣ୍ଣପୁର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ସଂପନ୍ନ ହୋଇଛି। ସୋନପୁର ସଦର ସମେତ, ତରଭା, ଡୁଙ୍ଗୁରିପାଲି, ଉଲୁଣ୍ଡା, ବୀରମହାରାଜପୁର, ବିନିକା ଆଦି ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, କୋର୍ଟ, ବ୍ୟାଙ୍କ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଯାନବାହନ ଚାଳଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇଯାଇଥିଲା।

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ସମର୍ଥକମାନେ ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ପିକେଟିଂ କରିଥିଲେ। ସୋନପୁର ରାସ୍ତାର ବିଭିନ୍ନ ସ୍ଥାନରେ ଶତାଧିକ ଯାନବାହନ ଅଟକି ରହିଥିଲା। ଏହି ବନ୍ଦରେ ସୁବେଦାର ଲଳିତ ସାହୁ, ଶ୍ୟାମାଓଁପ୍ରସାଦ ମିଶ୍ର, ନୀଳାଦ୍ରି ବିହାରୀ ପଣ୍ଡା, ସୁନିଲ ପୁରୋହିତ, ଦୀପକ ମହାପାତ୍ର, ପ୍ରକାଶ ବହିଦାର, ଶେଷଦେବ ମେହେର, ସୁଧୀର ପଣ୍ଡା, ମାଧବ କୁମ୍ଭାର, ରାଜେଶ ମିଶ୍ର, ପ୍ରିୟବ୍ରତ ସାହୁ, ହଜାରୀ ପ୍ରଧାନ, ସମ୍ବିତ ନନ୍ଦ, ଗଣେଶ ସାହୁ, ଲଡୁକିଶୋର ମଲ୍ଲିକ, ପ୍ରକାଶ ପ୍ରହରାଜ, ମନରଂଜନ ତ୍ରିପାଠୀ, ସଂଜୟ ସାହୁ ପ୍ରମୁଖ ସାମିଲ ଥିଲେ।
ସୋନପୁର: ବୀରମହାରାଜପୁରରେ କୋଶଲ ରାଜ୍ୟ ସମନ୍ଵୟ ସମିତିର ସଭାପତି ପୂର୍ବ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ, ଯୁଗ୍ମ ସଂଯୋଜକ କିଶୋର ହୋତାଙ୍କ ନେତୃତ୍ୱରେ ବ୍ଲକ ଷ୍ଟିୟରିଙ୍ଗ କମିଟି ସଭାପତି ଶତୃଘନ ମେହେର, ଆଶ୍ରୟ ମହାନନ୍ଦ, ନୀଳକମଳ ମିଶ୍ର, ଆର୍ତ୍ତତ୍ରାଣ ପାଣିଗ୍ରାହୀ, ଦତ୍ତାତ୍ରୟ ପଣ୍ଡା, ଭଗବାନ ବାଘ, ଆଇନଜୀବୀ ଶ୍ରୀଧର ଦାଶ, ସୁରେନ୍ଦ୍ର ତ୍ରିପାଠୀ, ଉମାଶଙ୍କର ପଣ୍ଡା, ପ୍ରଦୀପ ମିଶ୍ର, ସୁରେଶ ପଣ୍ଡା, ଦିଲୀପ ପଧାନ, ବୃନ୍ଦାବନ ଷଡ଼ଙ୍ଗୀ, କିରଣ ମିଶ୍ର, କୃଷକ ନେତା ନରୋତ୍ତମ ପଧାନ, ବୈକୁଣ୍ଠ ଶତପଥୀ, ହିମାଂଶୁ ସାହୁ, ଗୌର ଜଗଦଲା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ। ଉଲୁଣ୍ଡା, ଯାଲୋଏ, ସୁବଳୟା, ଧର୍ମଶାଳା ଠାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।
ବିନିକା: ବିନିକା ଅଞ୍ଚଳରେ ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ଯାନବାହନ ଚଳାଚଳ ବନ୍ଦ ରହିଥିଲା। ପେଟ୍ରୋଲପମ୍ପ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ମଧ୍ୟ ବନ୍ଦ ରହିଥିଲା।
ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି, ଚିନାଯୁରୀ ଓ ସାଲେପାଲିରେ କୋଶଲ ଆନ୍ଦୋଳନକୁ ସମର୍ଥନ କରି ବନ୍ଦ ପାଳନ କରାଯାଇଥିଲା। ଡୁଙ୍ଗୁରିପାଲିରେ ସମସ୍ତ ଦେକାନ ବଜାର, ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ପ୍ରତିଷ୍ଠାନ ବନ୍ଦ ରହିଥିଲା। ସପକ୍ଷବାଦୀମାନେ ରାଜରାସ୍ତା ଅବରୋଧ କରିଥିଲେ। ଚିନାଯୁରୀରେ ମଧ୍ୟ ରାଜରାସ୍ତା ଅବରୋଧ କରାଯାଇଥିଲା। ନିତେଇ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ କ୍ରିୟାନୁଷ୍ଠାନ କମିଟିର ସଭ୍ୟମାନେ ବକ୍ତବ୍ୟ ରଖିଥିଲେ। ସାଲେପାଲିରେ ମଧ୍ୟ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା।
ଏସ୍‌.ରାମପୁର: ରାମପୁରରେ ବନ୍ଦ ପାଳନ କରାଯାଇଛି। ବିଭିନ୍ନ ଛକ ସ୍ଥାନରେ ଟାୟାର ଜାଳିଥିଲେ। କୋଶଲ ସମର୍ଥକ ନୂତନ ପଟ୍ଟନାୟକ, ମଗଶିର ଭୋଇ, ନବକୃଷ୍ଣ ଦନ୍ତା, ମନୋଜ ସରାଫ, ରୂପଧର ପଧାନ, ବିହାରୀ ପଧାନ, କମ୍ବୁପାଣି ପାତ୍ର, ଶଙ୍କର ପଧାନ, ଜେହେରୁ ବାଗ, ପ୍ରିୟଦର୍ଶୀ ଦନ୍ତା, ହେମନ୍ତ ପଧାନ, ଅବିନାଶ ଭୋଇ, ଅଭିରାମ ପୁଟେଲ, ସୁବାସ ପୁଟେଲ, ସନ୍ତୋଷ ଭୋଇ, ଅଭିଷେକ ଭୋଇ ପ୍ରମୁଖ ସାମିଲ ହୋଇଥିଲେ। କୋଶଲ ବନ୍ଦର ପ୍ରଭାବ ନିକଟସ୍ଥ ପଣ୍ଡକିଟାଲରେ ମଧ୍ୟ ପରିଲକ୍ଷିତ ହୋଇଥିଲା।
ଲଛିପୁର: ଲଛିପୁର ଫାଣ୍ଡି ଅନ୍ତର୍ଗତ ମହଦା ଗ୍ରାମପଞ୍ଚାୟତ ସିଆଲି ଛକ ନିକଟରେ ରାସ୍ତାରୋକ କରାଯାଇଥିଲା। ନାରାୟଣ ଭୋଇଙ୍କ ନେତୃତ୍ୱରେ ଚଉବର୍ଗ ଧରୁଆ, ରାଜେ ଜାଲ, ବିଷଧର ପାଣ୍ଡେ, ଫକିର ସେଠ୍‌, ସୁଦାମ ସାହୁ, ବୃନ୍ଦାବନ ସାହୁ, ଲୋଚନ ପଟେଲ, ଶମ୍ଭୁ ମେହେର, ଶ୍ୟାମ ସାହୁ ପ୍ରମୁଖ ଟାୟାର ଜାଳି ରାସ୍ତାରୋକ କରିଥିଲେ।
ତରଭା: ଶିବତୁଲା, ବଡ଼ଭଇଁରୋ, ସରଗଜ ପ୍ରଭୃତି ପଞ୍ଚାୟତରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଥିଲା। ସରଗଜ ଛକର ସମସ୍ତ ଦୋକାନ ବନ୍ଦ ରହିଥିବା ବେଳେ କୋଶଲ ସପକ୍ଷବାଦୀମାନେ ସ୍କୁଲ ସମ୍ମୁଖରେ ପିକେଟିଂ କରି ବନ୍ଦ କରି ଦେଇଥିଲେ। ପରେ କୋଶଲ ସପକ୍ଷବାଦୀ ଅଶୋକ ସାହୁ, ଅକ୍ଷୟ ବାଘ, କଲ୍ୟାଣ ନାଏକ, ବରିଷ୍ଠ ଓକିଲ ସାନନ୍ଦବିହାରୀ ମହାପାତ୍ର, କାହ୍ନଚରଣ ଦାଶ, ତରଭା ବ୍ଳକ୍‌ ଯାଦବ ସମାଜ କାର୍ଯ୍ୟକାରୀ ସଭାପତି ଭରତଭୂଷଣ ବଗର୍ତ୍ତୀ, ପୂର୍ବତନ ନଗରପାଳ ଶୈଳେନ୍ଦ୍ର ସାହୁ, ନାଗରିକ କମିଟି ସଭାପତି ହରିବନ୍ଧୁ ପାଣିଗ୍ରାହୀ, ସଂପାଦକ ରବିନ୍ଦ୍ର ଠାକୁର, ଯୁବନେତା ଶ୍ରୀକୁମାର ମହନ୍ତ, ମୁଜାଫର ଖାନ, ରଫିକ ଖାନ, ସୁଶାନ୍ତ ସାହୁ, ଅମ୍ବରିଶ ରାଉତ, ଜୟଭାରତ ଭୋଇ, ଜୟା, ଡ୍ରାଇଭର ସଂଘର ରମେଶ ଜେନା, ଲକ୍ଷେ ଘର ଗଣ୍ଡା ସମାଜର ତରଭା ବ୍ଲକ୍‌ ସଭାପତି ସୁରେନ୍ଦ୍ର ଛତ୍ରିଆ ପ୍ରମୁଖ ପିକେଟିଂ କରିଥିଲେ। ନିକଟସ୍ଥ ବଇରାସର ବସ୍‌ଷ୍ଟାଣ୍ଡରେ ବନ୍ଦ ପ୍ରଭାବହୀନ ଥିଲା।
ଉଲୁଣ୍ଡା: ଉଲୁଣ୍ଡା ବ୍ଲକ୍‌ କୋଶଲ ସମନ୍ଵୟ ସମିତି ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ବନ୍ଦ ପାଳନରେ ସଭାପତି ଝାଙ୍କର ପଧାନ, ଉପସଭାପତି ଆଦିତ୍ୟ ପୁରୋହିତ, ପ୍ରମୋଦ କର୍ମୀ, ପଦ୍ମନ ପଣ୍ଡା, ପ୍ରକାଶ ରଣା, ନୀଳମଣି କଅଁର, ବୁଠି ମହାକୁର, ଅମୂଲ୍ୟ ପତି, ନୀତିନ ପଧାନ, ଶରତ ପୋଢ଼, ମକୁର ବାଘ, ହର ମହାକୁର, ମହାଦେବ ତରିଆ, ନରେନ୍ଦ୍ର କର୍ଣ୍ଣ, ଧର୍ମ ପଣ୍ଡା, ରବିନାରାୟଣ ବାରିକ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର