କଟକ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଯୋଗାଣ ଅଧିକାରୀମାନେ ଅତର୍କିତ ଚଢ଼ାଉ ସମୟରେ ୨୫ କୁଇଣ୍ଟାଲ ଚାଉଳ ଓ ୨୯ଟି ଏଲ୍ପିଜି ସିଲିଣ୍ଡର ଜବତ କରିଛନ୍ତି। ଚଢ଼ାଉ ସମୟରେ ଅଧିକାରୀମାନେ କଟକ ସଦର ବ୍ଲକ ଅନ୍ତର୍ଗତ ସୋମପୁରସ୍ଥିତ ତେଲଦିଆ ବଜାରରେ ବଂଶୀଧର ସାହୁଙ୍କ ଠାରୁ ୮ଟି ଗ୍ୟାସ ଭର୍ତ୍ତି ଇଣ୍ଡେନ, ୮ଟି ଗ୍ୟାସ ଭର୍ତ୍ତି ଏଚ୍ପି, ୪ଟି ଖାଲି ଇଣ୍ଡେନ୍ , ୮ଟି ଏଚ୍ପି ଖାଲି ଓ ଗୋଟିଏ ଭାରତ ଗ୍ୟାସ ଖାଲି ସିଲିଣ୍ଡର ଜବତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ସିଲିଣ୍ଡରଗୁଡ଼ିକ ବେଆଇନ ଭାବେ ରଖାଯାଇଥିଲା। ବଂଶୀଧର ସାହୁ ଗ୍ୟାସ ସିଲିଣ୍ଡର ଚଢ଼ା ଦରରେ ବିକ୍ରି କରୁଥିଲେ। ଏହାକୁ ଯାଜ୍ଞସେନୀ ଗ୍ୟାସ ଏଜେନ୍ସି (ଆଇଓସିଏଲ୍, ସୋମପୁର) ନିକଟରେ ରଖାଯାଇଥିଲା।
ଯୋଗାଣ ବିଭାଗ ସୋମପୁରରୁ ୨୫ କୁଇଣ୍ଟାଲ ଚାଉଳ ଜବତ କରିଥିବା ଜଣାଯାଇଛି। ଜବତ ହୋଇଥିବା ଚାଉଳ ଏକ ଗାଡ଼ି (ଓଡି ୦୫ଏଏନ୍-୬୭୮୩)ରେ ବୋଝେଇ ହୋଇଥିଲା। ହେମନ୍ତ କୁମାର ଦାଶ ଏହାକୁ ବିକ୍ରି ଉଦେଶ୍ୟରେ ରଖିଥିଲେ। ଜବତ ସମୟରେ ଏସିଏସଓ ଜନେନ୍ଦ୍ରୀୟ ମିଶ୍ର, ଏସିଏସଓ ଅନନ୍ତ ଚରଣ ସ୍ୱାଇଁ ଓ ଇନ୍ସପେକ୍ଟର ପୁନମ ଜେନା ଉପସ୍ଥିତ ଥିଲେ।