ବାଲେଶ୍ୱର: ୨ ଛାତ୍ରୀ ଉପରେ ଚଢ଼ିଗଲା ଗୋରୁ ବୋଝେଇ ଟ୍ରକ, ଉତ୍ତେଜନା

ବାଲେଶ୍ୱର: ଆଜି ସକାଳେ ସାଇକେଲରେ ଟ୍ୟୁସନ୍‌ ଯାଉଥିିବା ୨ ଜଣ ଛାତ୍ରୀଙ୍କ ଉପରେ ଦୃତ ଗତିରେ ଯାଉଥିିବା ଏକ ଗୋରୁ ବୋଝେଇ ଟ୍ରକ୍‌ ଚଢ଼ି ଯାଇଛି। ଫଳରେ ଘଟଣାସ୍ଥଳରେ ଛାତ୍ରୀ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଗୋରୁ ବୋଝେଇ ଟ୍ରକ୍‌ଟି ଫେରାର ହୋଇ ଯାଇଥିିବା ବେଳେ ମୃତ ଛାତ୍ରୀ ଦୁଇଜଣଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବସ୍ତା ଥାନା କମର୍ଦ୍ଦା ଫାଣ୍ଡି ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଭେଲାରା ଗାଁର ରୁପା ଦାସ(୧୦ ବର୍ଷର୍) ଓ ଗୌରୀ ନାଥ(୧୩ ବର୍ଷ) ସାଇକେଲ ଯୋଗେ ଟ୍ୟୁସନ ଯାଉଥିବା ବେଳେ ଏକ ଟ୍ରକ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ରୂପା ଓ ଗୌରୀଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ଦୃତଗତିରେ ପଳାଇ ଯାଉଥିବା ବେଳେ ଏକ ପ୍ରେଟୋଲ ପମ୍ପ ନିକଟରେ ଏକ ବାଇକକୁ ମଧ୍ୟ ଧକ୍କା ଦେଇଥିଲା। ଫଳରେବାଇକ ଆରୋହୀ ବାପପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେବା ସହିତ ଲୋକେ ରାସ୍ତାରୋକ କରିଛନ୍ତି। ଖବର ପାଇ କମର୍ଦ୍ଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।

ସମ୍ବନ୍ଧିତ ଖବର