ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଫେସ୍‌ବୁକରେ ଭାଇରାଲ

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଫେସ୍‌ବୁକ୍‌ରେ ଭାଇରାଲ ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ରଥଯାତ୍ରା ସମୟର ବୋଲି କୁହାଯାଉଛି। ଏଏସ୍‌ଆଇ ଗର୍ଭଗୃହ ଅନୁଧ୍ୟାନ ବେଳର ଫଟୋ ହୋଇଥିବା ଅନୁମାନ କରାଯାଉଛି। ଶ୍ରୀମନ୍ଦିର ପରଂପରା ଅନୁସାରେ ପ୍ରତିବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବେଳେ ଗର୍ଭ ଗୃହ ସ୍ଥିତିର ଅନୁଧ୍ୟାନ ହୋଇଥାଏ। କିଏ ଓ କେମିତି ଫଟୋ ଭାଇରାଲ କଲା ସେ ସମ୍ପର୍କରେ ଜଣା ପଡ଼ି ନଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ସେବାୟତମାନେ ଘଟଣାର ଉଚ୍ଚସ୍ତରୀୟ ଦାବି କରିଛନ୍ତି।

ଗର୍ଭଗୃହର ଫଟୋ ଭାଇରାଲ ହେବା ପରେ ରାଜ୍ୟ ଆଇନ ମନ୍ତ୍ରୀଙ୍କୁ ଏ ନେଇ ପଚରାଯିବାରୁ ସେ କହିଛନ୍ତି, ଘଟଣା ସମ୍ପର୍କରେ ମୋର ଧାରଣା ନାହିଁ କିନ୍ତୁ ମୁଁ ଏ ବାବଦରେ ତଦାରଖ କରୁଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ ପ୍ରଦୀପ କୁମାର ଜେନା ଅପରାହ୍ଣ ୪ଟା ୩୦ରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।

ସମ୍ବନ୍ଧିତ ଖବର