ସୁନ୍ଦରଗଡ଼: ସିଡିରୁ ଖସିପଡ଼ି ୭ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍‌ ଅନ୍ତର୍ଗତ ବୀରକାଲଡିହି ଆଶ୍ରମ ସ୍କୁଲର ୭ମ ଶ୍ରେଣୀ ଛାତ୍ର ରଶ୍ମୀକାନ୍ତ କେରକେଟା ବିଦ୍ୟାଳୟ ସିଡ଼ିରୁ ଖସିପଡ଼ି ପ୍ରାଣ ହରାଇଛନ୍ତି। ଖବର ପାଇ କିଞ୍ଜିରିକେଲା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରଶ୍ମୀକାନ୍ତ ବୀରକାଲଡିହି ଆଶ୍ରମ ସ୍କୁଲରେ ୭ମ ଶ୍ରେଣୀରେ ପଢ଼ନ୍ତି। ଆଜି ସକାଳେ ସେ ବିଦ୍ୟାଳୟର ଉପର ମହଲାରୁ ତଳ ମହଲାକୁ ଆସୁଥିବା ବେଳେ ଡଠାତ ଗୋଡ଼ ଖସିଯିବାରୁ ସେ ସିଡ଼ି ପାହାଚରେ ପଡ଼ି ଯାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତରଖାନାରେ ପହଞ୍ଚିିବା ପୂର୍ବରୁ ରଶ୍ମୀକାନ୍ତଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଛେଦ କରାଇବାର ବ୍ୟବସ୍ଥା କରୁଛି।

ସମ୍ବନ୍ଧିତ ଖବର