ରାଉରକେଲା: କୋଏଲ ନଦୀରେ ଛାତ୍ର ନିଖୋଜ

ରାଉରକେଲା: ଆଜି ସକାଳେ ରାଉରକେଲାର କୋଏଲ ନଦୀରେ ଗାଧୋଉଥିିବା ବେଳେ ନଦୀ ସ୍ରୋତରେ ଭାସି ଯାଇ ଜଣେ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଛାତ୍ରାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ପାନପୋଷସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ୁଥିବା ରାହୁଲ ପାତ୍ର(୧୭ ବର୍ଷ) ନାମକ ଜଣେ ଛାତ୍ର ନିଜ ସାଙ୍ଗମାନଙ୍କ ସହିତ ମିଶି କୋଏଲ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧାଉଥିବା ବେଳେ ଗୋଡ଼ ଖସିଯିବାରୁ ରାହୁଲ ଗଭୀର ପାଣି ଭିତରକୁ ଚାଲିି ଯାଇଥିଲେ। ଏହା ଦେଖି ରାହୁଲଙ୍କ ସହିତ ଗାଧୋଉଥିବା ଅନ୍ୟ ସାଙ୍ଗମାନେ ପାଟି କରିବାରୁ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ କୋଏଲ ନଦୀର ଗଭୀର ଜଳରେ ରାହୁଲଙ୍କୁ ଖୋଜିବା ଆରମ୍ଭ କରିଛନ୍ତ। ମାତ୍ର ତାଙ୍କୁ ଉଦ୍ଧାର କରାଯାଇ ପାରି ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର