ବସ୍‌କୁ ପଛରେ ପିଟିଲା ଟ୍ୟାଙ୍କର

ଖାରୀ: ସୋନପୁର ଥାନା ଖୋର୍ଦ୍ଧା- ବଲାଙ୍ଗୀର ଜାତୀୟ ରାଜପଥ ୫୭ର ବୁରୋମୁଣ୍ଡା ଛକଠାରେ ସରକାରୀ ଯାତ୍ରୀବାହୀ ବସ (ଓଡି ୦୮ ଡି ୭୦୫୧)କୁ ଟ୍ୟାଙ୍କର (ୟୁପି ୬୪ ପି ୯୯୭୦) ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ୟାଙ୍କର ଚାଳକ ଫେରାର୍‌ ହୋଇ ଯାଇଥିଲା। ବସ୍‌ଟି ଅଟକି ସମସ୍ତ ଯାତ୍ରୀ ପରିସ୍ରା ପାଇଁ ବାହାରିଥିବାରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ହରଡ଼ୋଖୋଲ ଫାଣ୍ଡି ଅଧିକାରୀ ସଂଜୀବ ବସ୍ତିଆ, କନେଷ୍ଟବଳ ବିନୋଦ ବିହାରୀ ସାମନ୍ତରାୟ ଓ ଅଶ୍ୱିନୀ ଘିବେଲା ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର