ଲଛିପୁର: ସୋନପୁର ବ୍ଲକ ଖଲିଆପାଲି ଅଞ୍ଚଳରେ ବିଦ୍ୟୁତ ସେବା ଠିକ ଭାବେ ମିଳୁ ନଥିବାରୁ ଅଞ୍ଚଳର ଉପଭୋକ୍ତାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଲାଇନ କାଟିବା ଯୋଗୁଁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ କଲ୍ ଗ୍ରହଣ କରି ନଥିଲେ। ହରଡ଼ଖୋଲରେ ଗ୍ରିଡ ସ୍ଥାପନ ହୋଇଥିଲେ ମଧ୍ୟ ପାଖ ଗାଁଗୁଡ଼ିକରେ ବିଦ୍ୟୁତ ଯୋଗାଣ ଠିକ ଭାବେ ହୋଇ ପାରୁ ନାହିଁ। ଏହି ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।