ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ଗୁରୁତର

ସୋନପୁର: ବିନିକା-ରାମପୁର ରାସ୍ତାର ଅତଣ୍ଡା ତାଲତଲ ଛକରେ ଶନିବାର ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀ ଗରୁତର ଆହତ ହୋଇଛନ୍ତି। ବିନିକା ଥାନା ବାଉଁଶୁଣୀ ଘଣ୍ଟପାଲିର ପ୍ରକାଶ ବଗର୍ତ୍ତି (୨୬) ଓ ଡୁଙ୍ଗୁରିପାଲି ଥାନା ସମଲେଇଚୁଆଁ ଠେଙ୍ଗାନାଳର ମାନସିଂ ବଗର୍ତ୍ତି (୨୪) ବାଇକ୍ (ଓଡି ୦୩ଏନ-୮୦୭୬)ରେ ବରପାଲିରୁ ଘଣ୍ଟପାଲି ଫେରୁଥିଲେ। ତାଲତଲ ଛକରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେବାରୁ ଉଭୟେ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ବିନିକା ସିଏଚ୍‌ସି ଓ ସୋନପୁର ଡାକ୍ତରଖାନା ନିଆଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର