ଦୁଇ ବାଇକ ମଧ୍ୟରେ ଧକ୍କା, ୬ ଆହତ

ବିନିକା: ବିନିକା ସୋନପୁର ରାଜପଥର ଫୁଲମୁଠି ପେଟ୍ରୋଲ ପମ୍ପ ନିକଟରେ ରବିବାର ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ ସୋନପୁର ସଦର ବ୍ଲକ୍ କଳାପଥର ପଞ୍ଚାୟତ ବାବୁପାଲି ଗ୍ରାମର ପ୍ରଶାନ୍ତ ବାଘ (୨୮), ପ୍ରକାଶି ବାଘ (୪୮), ଲିଜା ନାଗ (୧୦) ଓ ଲିସା ଥପା (୮) ଏକ ବାଇକ୍‌ରେ ବିନିକା ଆସୁଥିବା ବେଳେ ଫୁଲମୁଠି ପେଟ୍ରୋଲ ପମ୍ପ୍ ପାଖରେ ଅନ୍ୟ ବାଇକ୍‌ରେ ଥିବା ଚରଦା ପଞ୍ଚାୟତ କୁଲତାପଡ଼ାର କାମଦେବ ସାହୁ (୪୮) ଏବ˚ ମକାରୁ ମୁଣ୍ତା (୨୩)ଙ୍କ ସହ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ବାଇକ୍‌ର ସମସ୍ତେ ଆହତ ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ କାମଦେବ ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର