ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ:ତ୍ରିମୁଖୀ ଲଢ଼େଇ, ସବୁଦଳରେ ଗୋଷ୍ଠୀ କନ୍ଦଳ

ବୀରାମହରାଜପୁର: ବୀରମହରାଜପୁର ନିର୍ବାଚନମଣ୍ଡଳୀରେ ରାଜିନୈତିକ ପାଣିପାଗ ଉଷ୍ମତା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସବୁଦଳରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ଦେଖିବାକୁ ମିଳୁଛି। ଏହି ନିର୍ବାଚନମଣ୍ଡଳୀ ପାଇଁ ୯ ଜଣ ପ୍ରାର୍ଥୀ ରହିଛନ୍ତି। ବିଜେଡି ଦଳ ପାଇଁ କାଳିଆ ଅଡୁଆ ସାଜିଥିବା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ରାଜ୍ୟ ସରକାର ବିଭିନ୍ନ ଉନୟନ ମୂଳକ କାର୍ଯ୍ୟକ୍ରମ ଯୋଗୁଁ ବିଜେଡିକୁ ଲୋକେ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରାଇବେ ବୋଲି ମତ ରଖିଥିଲେ। ସେପଟେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଚାଷୀଙ୍କ କୃଷିଋଣ ଛାଡ଼, ବାମପାର୍ଶ୍ବ କେନାଲ କରିବା ସହ ଅଞ୍ଚଳର ସମୂହ ବିକାଶ କରିବ ବୋଲି କଂଗ୍ରେସ ପ୍ରାର୍ଥୀ ବିନୋଦ ପାତ୍ର ମତ ରଖିଛନ୍ତି। ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା ସ୍ଥାନୀୟ ଅଞ୍ଚଳର ବୋଲି ଜନସାଧାରଣଙ୍କ ସମର୍ଥନ ଲୋଡ଼ୁଛନ୍ତି। ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ଶିକ୍ଷାକ୍ଷେତ୍ରରେ ବିକାଶ, ସ୍ୱାସ୍ଥ୍ୟ ସେବା ଓ ଗମନାଗମନର ସୁବିଧା ସହ ଲୋକଙ୍କ ସହ ଜଡିତ ରହିବା କହିଥିଲେ। କିନ୍ତୁ ବିଭିନ୍ନ ସୋସିଆଲ ମିଡିଆରେ ସବୁ ଦଳର ପ୍ରାର୍ଥୀଙ୍କୁ ନେଇ ବିଭିନ୍ନ ପ୍ରକାର ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର