ବୀରମହାରାଜପୁର: ଭୋଟ ଗ୍ରହଣକୁ ଆଉ ବାକି ରହିଲା ୭ ଦିନ। ଭୋଟ୍ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି। ଗୁରୁବାର ଶାସକ ଦଳ ବିରୋଧରେ ଚାଷୀମାନେ ମୁହଁ ଖୋଲିଛନ୍ତି। ୧୯ ବର୍ଷର ନବୀନ ସରକାରଙ୍କ ଶାସନ ଓ ବୀରମହାରାଜପୁରରେ ବିଜେଡି ବିଧାୟକ ତଥା ବର୍ତମାନ ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କ ୧୦ ବର୍ଷ ଶାସନ କାଳରେ ଅଞ୍ଚଳରେ ଚାଷ ଓ ଚାଷୀଙ୍କ ଉନ୍ନତି ହୋଇନଥିବା, ମୁଖ୍ୟମନ୍ତ୍ରୀ ବାମ ପାର୍ଶ୍ୱ କେନାଲ ଖନନ କରି ଚାଷୀଙ୍କ ଚାଷଜମିକୁ ପାଣି ଯୋଗାଇ ନପାରି ବିଫଳ ହେବା, କାଳିଆ ଯୋଜନା ଯୋଜନାରେ ଚାଷୀଙ୍କୁ ଭୁଆଁ ବୁଲାଇବା, ଡାକ୍ତରଖାନରେ ଡାକ୍ତର ଅଭାବ, ସ୍କୁଲ କଲେଜରେ ଶିକ୍ଷକ ଅଭାବ, ବୀରମହାରାଜପୁର ମୁଖ୍ୟ ରାସ୍ତାରେ ୨୦୧୨ ମସିହାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବସଷ୍ଟାଣ୍ଡ, ଶୌଚାଳୟ କାର୍ଯ୍ୟକ୍ଷମ ହୋଇ ନପାରିବା, ସବ୍ରେଜିଷ୍ଟlର ଅଫିସରେ ଜମି କିଣା ବିକାରେ ପିସି କାରବାର, ଧାନ କିଣାବିକା କୁଇଣ୍ଟାଲ ପିଛା ୨ ରୁ ଚାରି କେଜି କଟିନି, ବିନା ଜଳସେଚନରେ ଚାଷୀଙ୍କ ଠାରୁ ଜଳକର ଆଦାୟ, ଫସଲ ହାନି ସତ୍ୱେ ଫସଲ ବୀମାରୁ ଚାଷୀଙ୍କୁ ବଞ୍ଚିତ କରିବା ଚାଷୀଙ୍କୁ ଇନ୍ପୁଟ ସବସିଡି ପ୍ରଦାନରେ ଅବହେଳା ପରି ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ ନିମ୍ନମାନର କରି ସରକାରଙ୍କ ଟଙ୍କାଙ୍କୁ ଅସତ ବିନିଯୋଗ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଗୁରୁବାର ବୀରମହାରାଜପୁର ଚାଷୀ ସଂଗଠନର ସଭାପତି ରାଜିନ୍ଦ୍ର ନାଏକଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ବାଗବର, ଯତେସିଂହା, ସୁବଳୟା ଓ ମୁରଶୁଣ୍ଢୀ ଆଦି ପଂଚାୟତ ଗୁଡିକରେ ଗାଁ ଗାଁ ବୁଲି ନବୀନ ସରକାରଙ୍କ ଚାଷୀ ମାରଣ ନୀତି ଉପରେ ଭୋଟରଙ୍କୁ ସଚେତନ କରିବା ସହ ଭୋଟ ମାଧ୍ୟମରେ ଉଚିତ୍ ଜବାବ ଦେବାକୁ କହିଛନ୍ତି। ଅନ୍ୟ ସମସ୍ତ ରାଜନୈତିକ ଦଳକୁ ବିରୋଧ କରୁଥିବା ଚାଷୀ ନେତା ରାଜେନ୍ଦ୍ର ପଧାନ ସୂଚନା ଦେଇଛନ୍ତି।
ଉଷ୍ମ ହେଉଛି ବୀରମହାରାଜପୁର ରାଜନୀତି :ସରକାରଙ୍କ ବିରୋଧରେ ସ୍ୱର ଉଠାଇଲା ଚାଷୀ ସଂଗଠନ
/sambad/media/post_attachments/wp-content/uploads/2019/04/strike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)