୫ରେ ବିଜେପିର ମିଶ୍ରଣ ପର୍ବ

ବୌଦ୍ଧ: କଳା ଓ ସଂସ୍କୃତିର ମହାମିଳନ ବୌଦ୍ଧ ମହୋତ୍ସବ ଏବଂ ପଲ୍ଲିଶ୍ରୀ ଓ କୃଷିମେଳା ମଙ୍ଗଳବାର ସ୍ଥାନୀୟ କଚେରୀ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରି କହିଥିଲେ ଯେ ଆଜି ହେଉଛି ଜିଲ୍ଲାର ସ୍ୱନକ୍ଷତ୍ର ଦିବସ। ଜିଲ୍ଲାକୁ ୨୩ ପୁରି ୨୪ ଚାଲିଲା। ଏବେ ବୌଦ୍ଧ ଜିଲ୍ଲା ଯୁବା ବୟସରେ ପଦାର୍ପଣ କରିଛି। ଜିଲ୍ଲାର ବିକାଶ ଯୌବନର ଉଦ୍ଦାମତାରେ ଆଗକୁ ମାଡ଼ି ଚାଲିବ। ତୁଳନାତ୍ମକ ଭାବେ ବୌଦ୍ଧ ଜିଲ୍ଲା ଏବେ ବିକାଶର ପଥରେ ଗତି କରୁଛି ବୋଲି ଶ୍ରୀ ଅମାତ୍‌ କହିଥିଲେ। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ବିଡିଓ ନିହାର ରଂଜନ କହଁର ମଞ୍ଚ ପରିଚାଳନା କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ତରଣୀସେନ ନାୟକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସକାଳ ୧୦ଟାରେ ମହୋତ୍ସବ ପଡିଆରେ ମୁଖ୍ୟ ଅତିଥ ଶ୍ରୀ ଅମାତଙ୍କ ଦ୍ୱାରା ସାଂସ୍କୃତିକ ପତାକା ଉତଳନ କରାଯାଇଥିଲା। ୨ ତାରିଖରୁ ୬ ତାରିଖ ପଯ୍ୟର୍ନ୍ତ ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଓ ବିଭିନ୍ନ ପ୍ରକାର ହସ୍ତକଳା ୧୫୦ଟି ଷ୍ଟଲରେ ପ୍ରଦର୍ଶିତ ହୋଇଛି। ଏଥି ସହ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ବିପଣ ମଧ୍ୟ ପ୍ରଦର୍ଶିତ ହୋଇଛି। ମଙ୍ଗଳବାର ଅପରାହ୍ଣରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସ୍ଥାନୀୟ ବୁଦ୍ଧଦେବ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିି ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାକୁ ମଧ୍ୟ ବାଚସ୍ପତି ଶ୍ରୀ ଅମାତ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରାରେ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକରୁ ମସାଲ ଆସିବା ସହ ବିଭିନ୍ନ ଲୋକନୃତ୍ୟ ଓ ସାଂସ୍କୃତିକ ଦଳ ସାମିଲ ହୋଇ ନୃତ୍ୟକଳା ପ୍ରଦର୍ଶନ କରିଥିଲେ। ବାଲୁକା ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ବାଲୁକା କଳା ମୁଖ୍ୟ ଆକର୍ଷଣ ହୋଇଛି। ମହୋତ୍ସବର ପ୍ରଥମ ଦିବସରେ ନୃତ୍ୟଶ୍ରୀ, ଭୁବନେଶ୍ୱର, ବୁର୍ଲା ହାଇସ୍କୁଲ, କେନ୍ଦ୍ରିୟ ବିଦ୍ୟାଳୟ ବୌଦ୍ଧ, ବଉଳି କଳା ପରିଷଦ କଣ୍ଟାମାଳ ଓ କୋଲକାତାର ସାଂସ୍କୃତିକ ଦଳ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର