ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ସୋନପୁର: ମଙ୍ଗଳବାର ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୬ଟି ଅଭିଯୋଗ ଆସିଥିବାବେଳେ ଏହାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ଦାଶରଥି ଶତପଥୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ପ୍ରଫୁଲ୍ଲ ପାତ୍ର, ଜିଲ୍ଲା ବନଖଣ୍ଡ ଅଧିକାରୀ ରଶ୍ମୀରଂଜନ ନାୟକ, ଏପିଡି ଲିଲି କୁମାରୀ କୁଲୁ, ନିର୍ବାହୀ ଯନ୍ତ୍ରୀ ଜଳ ଓ ପରିମଳ ବିଭାଗ ବସନ୍ତ ମହାନ୍ତି, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗ ଭାଗିରଥୀ ମହନ୍ତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବସନ୍ତ ମଂଜରୀ ପହି, ଜିଲ୍ଲା ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ ଦାଶ, ଡିସିପିଓ ଚତୁର୍ଭୁଜ ଦାଶ, ସୋନପୁର ବିଡିଓ ଅନୁରୁଦ୍ଧ ପ୍ରଧାନ, ସୋନପୁର ତହସିଲଦାର ମଘବାନ ବାଗ, ଡିଆଇପିଆରଓ ଭୂଜଙ୍ଗ ଭୂଷଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର