ଗଞ୍ଜେଇ ଜବତ, ୨ ଗିରଫ

ସୋନପୁର: ଗୁରବାର ସୋନପୁର ପୁଲିସ ଚଢ଼ଉ କରି ୧ କ୍ୱିଣ୍ଟାଲ ୫୨ କେଜି ଗଞ୍ଜେଇ ସହ ଏକ ନମ୍ବର ବିହୀନ ବୋଲେରୋ ପିକଅପ ଭ୍ୟାନକୁ ଜବତ କରିଛି। ଏଥିରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏକ ନମ୍ବର ବିହୀନ ବୋଲେରୋ ପିକ୍‌ଅପ୍‌ ଭ୍ୟାନରେ କଣ୍ଟାମାଳ ପଟରୁ ସୋନପୁର ଦେଇ ପଦ୍ମପୁରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଆଇଆଇସି ଶ୍ରୀକାନ୍ତ ତ୍ରିପାଠୀଙ୍କ ତତ୍ୱାବଧାନରେ ସୋନପୁର ମନମୁଣ୍ଡା ରାସ୍ତା କୁଂଜ ଛକ ନିକଟରେ ଚଢ଼ଉ କରି ଉକ୍ତ ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ପୁଲିସ ବୌଦ୍ଧ ଜିଲ୍ଲା ବୌଦ୍ଧ ଥାନା ଅନ୍ତର୍ଗତ ବଇଲିବେଡା ଗ୍ରାମର ପ୍ରଦୀପ ମନହିରା(୧୮) ଏବଂ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ କର୍ତଙ୍ଗ ଗ୍ରାମର ନୀଳାମ୍ବର ଘିବଲା(୩୦) ଗିରଫ କରିଛି।

ସମ୍ବନ୍ଧିତ ଖବର