ଗ‌ଞ୍ଜେଇ ଗାଡ଼ି ଜବତ

ଉଲୁଣ୍ଡା: ଉଲୁଣ୍ଡା ଥାନା ସୋନପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ହାଇସ୍କୁଲ ନିକଟରେ ଗୁରୁବାର ଭୋର ପ୍ରାୟ ସାଢ଼େ ୫ଟାରେ ଏକ ଗଞ୍ଜେଇ ବୋଝେଇ କାର୍‌ ଜବତ କରାଯାଇଛି। ହେଲେ ଗଞ୍ଜେଇ ଚାଲାଣକାରୀମାନେ ଫେରାର ହୋଇ ଯାଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଓଆର୍ ୨୭- ୧୬୨୯ ନମ୍ବର ଥିବା ଉକ୍ତ କାର‌ ସମ୍ବଲପୁର ପଟକୁ ଯାଉଥିବା ବେଳେ ହଠାତ ଉଲୁଣ୍ଡା ହାଇସ୍କୁଲ ନିକଟରେ ଅଚଳ ହୋଇ ଯାଇଥିଲା। ଫଳରେ ଚାଲାଣକାରୀମାନେ କାର୍‌କୁ ଛାଡ଼ି ଫେରାର ହୋଇ ଯାଇଥିଲେ। ବୀରମହାରାଜପୁର ପୁଲିସ ଏସଡିପିଓ  ଧିରଜ ଚୋପଦlର, ତହସିଲଦାର ଶରତ ସେଠୀ ପହଞ୍ଚି ଗାଡ଼ି ଯାଞ୍ଚ କରିଥିଲେ। ଜବତ ଗଞ୍ଜେଇ ଓଜନ କରିବାରୁ ତାହା ୨୩ କେଜି ୪୫୦ ଗ୍ରାମ ହୋଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର