ସରକାରୀ ରାସ୍ତା ଉପରେ ଗୃହ ନିର୍ମାଣ ଅଭିଯୋଗ:ଆମ୍ବୁଲାନ୍‌ସ ଯାଉନି, ତିନିଚକିଆ ଗାଡ଼ିରେ ବୁହା ହେଉଛନ୍ତି ରୋଗୀ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କୁମୁରସିଂହା ଗ୍ରାମର ହରିଜନବସ୍ତିକୁ ଯାଇଥିବା ସରକାରୀ ରାସ୍ତା ଉପରେ କେତେକ ଲୋକ ବେଆଇନ ଗୃହ ନିର୍ମାଣ କରିଥିବାରୁ ରାସ୍ତାରେ ଯିବା ଆସିବା ସହ ଚାରି ଚକିଆ ଯାନ ଯିବାରେ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି। ରାସ୍ତା ଉପରେ ବେଆଇନ ଗୃହ ନିର୍ମାଣ ଯୋଗୁଁ ହରିଜନ ପଡାକୁ ୧୦୮ ଆମ୍ବୁଲାନ୍‌ସ ଯିବାରେ ଅସୁବିଧା ହେବାରୁ ରୋଗୀମାନଙ୍କୁ ତିନିଚକିଆ ସାଇକେଲ ଯୋଗେ ରୋଗୀଙ୍କୁ ବୁହା ହୋଇଥିବା ପଡାବାସୀ ରବିବାର ଉପଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ।

ଅଭିଯୋଗ ମୁତାବକ କୁମୁରସିଂହା ଗ୍ରାମ ବସ୍ତି ଦେଇ ହରିଜନ ପଡ଼ାକୁ ସବୁଦିନିଆ ସରକାରୀ ରାସ୍ତା ରହିଛି। କେତେକ ଲୋକ ଉକ୍ତ ରାସ୍ତା ଉପରେ ଗୃହ ନିର୍ମାଣ କରି ଦେଇଛନ୍ତି। ଗୃହକୁ ଭାଙ୍ଗି ରାସ୍ତାକୁ ଚଉଡ଼ା କରିବା ପାଇଁ କହିଲେ ମଧ୍ୟ କେହି ଶୁଣି ନାହାନ୍ତି। ଘର ଗୁଡିକୁ ଭାଙ୍ଗିବାକୁ କହିଲେ ଗାଁ ସଙ୍ଗରେ ଗଣ୍ଡଗୋଳ ହେବାର ଆଶଙ୍କା କରୁଛନ୍ତି ପଡ଼ାବାସୀ। ରାସ୍ତାରେ ଥିବା ଗୃହକୁ ଭାଙ୍ଗି ଆମ୍ବୁଲାନ୍ସ କିମ୍ବା ୧୦୮ ଗାଡ଼ି ହରିଜନପଡ଼ାକୁ ଯେପରି ଯିବା ଆସିବା କରାଯାଇ ପାରିବ ସେ ନେଇ ପଡ଼ାବାସୀ ଲିଖିତ ଭାବେ ଉପଜିଲ୍ଲାପାଳଙ୍କ ଠାରେ ଅନୁରୋଧ କରିବା ସହ ଏହାର ଶିଘ୍ର ସମାଧାନ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର