ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୪ ବର୍ଷ ଜେଲ୍‌ଦଣ୍ଡ

ସୋନପୁର : ଚାରି ବର୍ଷ ତଳେ ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ଗାଁରେ ଘଟିଥିବା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଦୌରା ଜଜ ସୁଶ୍ରୀ ପ୍ରତିମା ପଣ୍ଡା ଏହି ମାମଲାର ବିଚାର କରି ଅଭିଯୁକ୍ତ ନସୀବ ଖାଁ(୨୮)କୁ ଦୋଷୀ ସାବ୍ୟସ୍ତ କରି ବିଭିନ୍ନ ଦଫାରେ ୧୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ଅଭିଯୁକ୍ତକୁ ୧୦ ହଜାର ଟଙ୍କାର ଅର୍ଥଦଣ୍ଡାଦେଶ ଦେଇଛନ୍ତି। ଅର୍ଥ ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ଆଦେଶ ଦେଇଛନ୍ତି।

ମାମଲାର ବିବରଣୀ ଅନୁସାରେ, ସୋନପୁର ମଝିପଡ଼ାର ନସୀବ ଖାଁ ଫେରିବାଲା ଭାବେ ଗାଁଗାଁ ବୁଲି ପ୍ରସାଧନ ବିକ୍ରି କରୁଥିଲା। ୨୦୧୪ ଡିସେମ୍ବର ୪ ତାରିଖ ବାପା ମା’ ଘରେ ନଥିବା ବେଳେ ୧୫ ବର୍ଷିୟା ନାବାଳିକାକୁ ଅପହରଣ କରି ନେଇଥିଲା।

ସମ୍ବନ୍ଧିତ ଖବର