ଶ୍ରେଣୀ କୋଠରି ଅଭାବ, ବାହାରେ ପାଠପଢ଼ା:ବାଦିପଡ଼ିଆ ପ୍ରାଥମିକ ସ୍କୁଲ

0 32

ଲଛିପୁର: ସୋନପୁର ବ୍ଲକ ଛକୋରମାଲ ପଞ୍ଚାୟତ ବାଦିପଡ଼ିଆ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। ପାଠପଢ଼ା ପାଇଁ ଜଣେ ଶିକ୍ଷକ ଏବଂ ଜଣେ ସିଆରସିସିଙ୍କୁ ଦିଆ ଯାଇଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ଯୋଗୁଁ ଶ୍ରେଣୀ କୋଠରିରେ ପାଣି ଗଳୁଛି। ପୁଣି କାନ୍ଥଗୁଡ଼ିକରେ ଫାଟ ସୃଷ୍ଟି ହୋଇ ଶୋଚନୀୟ ଅବସ୍ଥାରେ ରହିଛି। ପାଚେରି ବି ନାହିଁ। ଏଠାରେ ମୋଟ ୩୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। କୋଠରି ଅଭାବ ଯୋଗୁଁ ପିଲାମାନେ ବାହାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.