ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ, ଅଭିଯୁକ୍ତ ଫେରାର୍‌

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଚିଙ୍ଗେରକଣ୍ଟା ଗ୍ରାମର ଏକ ଯୁବକ ଅପହରଣ କରି ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଥିବା ପୀଡ଼ିତା ପିତା ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଗତ ୨୬ ଜାନୁଆରିରେ ଚିଙ୍ଗେରକଣ୍ଟା ଗ୍ରାମର କେଶବ ଦଣ୍ଡସେନା ଓରଫ ଦିବ୍ୟ ଜଣେ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରି ନେଇଯାଇଥିଲା। ବିବାହର ପ୍ରଲୋଭନ ଦେଖାଇ ସେ ତାଙ୍କ ନାବାଳିକାଙ୍କୁ ତାମିଲନାଡ଼ୁରେ ରଖିଥିଲା। ସେଠାରେ ଦୁଷ୍କର୍ମ କରିବା ପରେ ବରଗଡ଼ ଆଣି ଏକ ଭଡ଼ା ଘରେ ରଖିଥିଲା। ସେଠାରେ ଅଢ଼େଇ ମାସ ରଖିବା ପରେ ଗତ କିଛି ଦିନ ତଳେ ବାହରକୁ ବୁଲି ଯାଉଛି କହି କେଉଁଆଡ଼େ ପଳାଇ ଯାଇଥିବା ପୀଡ଼ିତାଙ୍କ ପିତା ଅଭିଯୋଗରେ ଦର୍ଶାଇଛନ୍ତି। ଦଫା ୩୬୩/ ୩୬୬/ ୩୭୬ ଏବଂ ୬ ପକ୍ସୋ ଆକ୍ଟରେ କେସ ରୁଜୁ କରିଛି। ଏସ୍‌ଆଇ ପ୍ରଦୀପ ପଧାନ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର