ନିଖୋଜ ନାବାଳିକା କଟକରୁ ଉଦ୍ଧାର

ସୋନପୁର: ସୋନପୁର ଥାନା ମଲ୍ଲିକମୁଣ୍ଡା ଗ୍ରାମର ଡମନ ବିଭାରଙ୍କ ୧୧ ବର୍ଷିଆ ଝିଅ ଗତ ଫେବ୍ରୁଆରି ୨୬ ତାରିଖରୁ ସ୍କୁଲକୁ ପାଠ ପଢିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଏହି ନାବାଳିକାକୁ କଟକ ରେଳ ପୁଲିସ ଫେବ୍ରୁଆରି ୨୭ ତାରିଖ ଦିନ ଉଦ୍ଧାର କରିଥିଲେ। ଉକ୍ତ ନାବାଳିକାଠାରୁ ସମସ୍ତ ବିଷୟ ଜଣା ପଡିବା ପରେ କଟକ ପୁଲିସ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଖବର ଦେଇଥିଲେ। ସୁବର୍ଣ୍ଣପୁର ଶିଶୁ ସୁରକ୍ଷା ୟୁନିଟ କଟକ ପୁଲିସ ଏବଂ କଟକ ଶିଶୁ ମଙ୍ଗଳ ସମିତି ସହିତ ଯୋଗେଯାଗ କରି ବସୁନ୍ଧରା ସହାୟତାରେ ଉକ୍ତ ନାବାଳିକାକୁ ଆଣି ସୁବର୍ଣ୍ଣପୁର ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ଉପସ୍ଥାପନ କରି ସୋନପୁର ଶିଶୁ ଗୃହରେ ରଖିଛନ୍ତି। ଆସନ୍ତାକାଲି ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସୂଚନା ଦେଇଛନ୍ତି। ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଚନ୍ଦ୍ରଶେଖର ମିଶ୍ର, ସଭ୍ୟ ରାଧେଶ୍ୟାମ ପଣ୍ଡାଙ୍କ ଉପସ୍ଥିତିରେ ଉକ୍ତ ନାବାଳିକାକୁ ଉପସ୍ଥାପନ କରାଯାଇଥିଲା।

ସମ୍ବନ୍ଧିତ ଖବର