ନୋ ହେଲମେଟ ନୋ ପେଟ୍ରୋଲ ନିୟମ କଡାକଡ଼ି ଆଜିଠୁଁ

ସୋନପୁର: ନୋ ହେଲମେଟ ନୋ ପେଟ୍ରୋଲ ନିୟମ ସୁବର୍ଣ୍ଣପୁର ଜିଲ୍ଲାରେ ଫେବ୍ରୁଆରି ୧ ତାରିଖରୁ କଡ଼ାକଡି ଲାଗୁ ହେବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯିବା ସହିତ ବିଭିନ୍ନ ପେଟ୍ରୋଲ ପମ୍ପ ମାଲିକଙ୍କୁ ଏନେଇ ନିର୍ଦ୍ଦେଶନାମା ମଧ୍ୟ ପଠାଯାଇଛି। ନୋ ହେଲମେଟ ନୋ ପେଟ୍ରୋଲ ନିୟମ ଲାଗୁ କଡ଼ାକଡ଼ି କରାଯିବା ନେଇ ଆଗରୁ ସୂଚନା ଦିଆଯିବା ପରେ ଏବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହରୁ ହେଲମେଟ ବିକ୍ରେତା ଆସି ବିଭିନ୍ନ ସ୍ଥାନରେ ହେଲମେଟ ବିକ୍ରୟ କରୁଛନ୍ତି। ହେଲମେଟ ବିକ୍ରୟ ସ୍ଥାନମାନଙ୍କୁ ଗ୍ରାହକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନର ଏପରି ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

ସମ୍ବନ୍ଧିତ ଖବର