ଗ‌େଞ୍ଜ‌ଇ ଚୋରା ଚାଲାଣ ଅଭି‌େଯାଗରେ ଜଣେ ଗିରଫ

ସୋନପୁର: ଗ‌େଞ୍ଜ‌ଇ ଚୋରା ଚାଲାଣ ଅଭିଯୋଗରେ ସୋନପୁର ଅବକାରୀ ବିଭାଗ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କପାସିରା ଗ୍ରାମର ଉଦ୍ଧବ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ଉଦ୍ଧବ ଏକ ବ୍ୟାଗ‌ରେ ଗ‌େଞ୍ଜ‌ଇ ଧରି ସୋନପୁର ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ଅଭିଯୁକ୍ତ ଉଦ୍ଧବକୁ ଧରିବା ସହିତ ତା’ ନିକଟରୁ ୨ କେଜି ଗ‌େଞ୍ଜ‌ଇ ଜବତ କରାଯାଇଛି। ଏହି ଚଢ଼ଉରେ ଏସ୍‌ଆଇ ବିଶ୍ବନାଥ ପରିଡ଼ା, ଏଏସ୍‌ଆଇ ପ୍ରଦୀପ ରଥ, କେଶବ ଧରୁଆ,ପୃଥ୍ବୀରାଜ କଅଁର, ପିଣ୍ଟୁ ସାହୁ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର