ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ଗ୍ରାମପଞ୍ଚାୟତରେ ସିଂଘିଯୁବା ସରପଞ୍ଚ ମହାବୀର ବାରିହାଙ୍କ ଅଧ୍ୟକ୍ଷତରେ ପିଠା କାର୍ଯ୍ୟକ୍ରମ ସ୍ଥାନୀୟ ମା ମାହେଶ୍ୱରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାପାଳ ମଧୁସୂଦନ ମିଶ୍ର, ପିଡ଼ି ଡ଼ି ଆର ଡ଼ିଏ ସୂର୍ଯ୍ୟ ନାରାୟଣ ଦାସ, ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ, ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷ ମକରଧ୍ୱଜ ସାହୁ,ବିନିକା ବ୍ଲକ ଉପାଧକ୍ଷ ଙ୍କ ପ୍ରତିନିଧି ଅଚୁତ କଣ୍ଟା, ବିନିକା ବ୍ଲକ ସରପଞ୍ଚ ସଂଘ ସଭାପତି ଲକ୍ଷ୍ମଣ ସାହୁ,ବିନିକା ବଡ଼ିଓ ବିଶ୍ୱରଂଜନ ମଲ୍ଲିକ, ପ୍ରତାପ ଚନ୍ଦ,ସମାନିତ ଅତିଥି ଭାବରେ ଯୋଗ ଦେଇ ସରକାରଙ୍କ ପିଠା କାର୍ଯ୍ୟକ୍ରମ ଉପରେ ଅଭିଭାଷଣ ଦେଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ବିନିକା ବଏସଏସଓ ଅଶ୍ୱିନୀ ପାଣ୍ଡେ ସଭା ପରିଚାଳନା କରିଥିଲେ । ପରେ ଭବାନିପାଲି ମହିଲା ସଂକ୍ରୀର୍ତ୍ତନ ମଣ୍ଡଳି ଗାୟିକା ସବିତା ପାଣିଗ୍ରାହୀ, ବାଦକ ଗୋପାଳ ମାଝି,ସତ୍ୟ ଗୋପାଳ ପାଢ଼ୀ, ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ। ପରେ ଏସଏଜି ଗ୍ରୁପ ଦ୍ୱାରା ପ୍ରଦର୍ଶନ ହୋଇଥିବା ପିଠା ଓ ଅନ୍ୟନ୍ୟ ମିଷ୍ଟାନ୍ନ ମନଭରି ସମସ୍ତେ ଖାଇଥିଲେ। ଏହି ଉପଲକ୍ଷେ ୩୭ ଜଣଙ୍କୁ ବିଭିନ୍ନ ଭତ୍ତା ୭୩ଟି ସଏଚଜି ଗ୍ରୁପ ସାର୍ଟିପିକେଟ ପ୍ରଦାନ,୧୦୦ ଜଣଙ୍କୁ ୪ ଟି ଲେଖା ଏଲ୍ଇଡ଼ି ବଲବ ଅତିଥିମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏଥିରେ ସିଡିପିଓ ଶୋଭା ହରିପାଲ, ବ୍ଲକ ମୁଖ୍ୟ କିରାଣୀ ସତ୍ୟ ନାରାୟଣ ମିଶ୍ର, ଇଓ ରମାକାନ୍ତ ନାଏକ, ଜିପିଇଓ ଦୀନବନ୍ଧୁ ମଲ୍ଲିକ, ଦୁଷ୍ମନ୍ତ ସାହୁ, ଏସିପି ଯୋଗେଶ ପ୍ରସାଦ ମହାପାତ୍ର, ପିଏ ପ୍ରିୟବ୍ରତ ମିଶ୍ର, ବିନିକା ବରିଶସ୍ଥାନୀୟ ପଂଚାୟତ ଯୁବବହିନୀ, ୱାର୍ଡ ସଭ୍ୟ ସଭ୍ୟ,ଏସ ଏଚ ଜି ଗ୍ରୁପ,ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ।
ବିନିକା ବ୍ଳକ ଶ୍ରେଷ୍ଟ ଗ୍ରାମ ପଞ୍ଚାୟତ ବାଉଁଶୁଣୀ ଘୋଷିତ: ବିଭିନ୍ନ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ସକରାତ୍ମକ ଢଙ୍ଗରେ ପହଞ୍ଚିଇବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପିଠା କାର୍ଯ୍ୟକ୍ରମ। ଏଥିରେ ପଞ୍ଚାୟତ ସ୍ତରରେ ସରକାରୀ ଯୋଜନା ଗୁଡ଼ିକୁ ଲୋକାଭି ମୁଖୀ କରିବା ପାଇଁ ସରକାର ଠୋସ୍ ପଦକ୍ଷେପ ନେଇଛନ୍ତି। ଏହାସହ ପ୍ରତ୍ୟକ ମାସର ପନ୍ଦର ତରିଖରୁ କୋଡ଼ିଏ ତାରିଖ ପର୍ଯ୍ୟନ୍ତ ବ୍ଳକର ସମସ୍ତ ଗ୍ରା.ପ ଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବାପାଇଁ ନିଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟ ବ୍ଳକର ପ୍ରତ୍ୟକ ମାଷ ଗୋଟିଏ ପଞ୍ଚାୟତକୁ ଶ୍ରେଷ୍ଟ ଘୋଷଣା କୀରାଯାଇ ସେହି ଗ୍ରା.ପ କୁ ନଗଦ ୫ ଲକ୍ଷ ଟଙ୍କା ସହାୟକ ରାଷୀ ଦେବାକୁ ସରକାର ଘୋଷଣା କରିଛନ୍ତି। ଏଥିରେ ପ୍ରଥମର ଥର ପାଇଁ ସୁବର୍ଣ୍ଣପୁର ଜିଲ୍ଳା ବିନିକା ବ୍ଳକ ବାଉଁଶୁଣୀ ପଞ୍ଚାୟତକୁ ସରକାର ଶ୍ରେଷ୍ଟ ଗ୍ରାମ ପଞ୍ଚାୟତ ଘୋଷଣା କରିଛନ୍ତି।