ହରଭଙ୍ଗା: ପୃଥକ ପୃଥକ ଦୁର୍ଘଟଣାରେ ୫ ଗୁରୁତର

ଚାରିଛକ: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ନିକଟସ୍ଥ ଫୁଲବାଣୀ-ଚାରିଛକ ପୂର୍ତ୍ତ ବିଭାଗ ରାସ୍ତାର ଝାଡ୍ରାଜିଂ ନିକଟରେ ବୁଧବାର ଅପରାହ୍ନରେ ଏକ ମାର୍ଶାଲ ଦୁର୍ଘଟଣଗ୍ରସ୍ତ ହେବାରୁ ଡ୍ରାଇଭର ସମେତ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ଆଜି ଅପରାହ୍ନରେ ଫୁଲବାଣୀ ପଟୁ ଚାରିଛକ ଆଡକୁ ଆସୁଥିବା ମାର୍ଶଲ ଗାଡ଼ି (ଓଆର୦୨-ଟି-୩୫୧୨)ର ଆଗ ଚକ ଝାଡ୍ରାଜିଂ ନିକଟରେ ବାହାରି ଯିବାରୁ ଦୁର୍ଘଟଣା ଘଟିଥିଲା। ଫଳରେ ଗାଡି ଚାଳକ ଅଶ୍ୱିନୀ ମହାନ୍ତି(୪୫), ପ୍ରତାପ ପାତ୍ର (୬୧) ଏବଂ ସୁଜାତା ପାତ୍ର(୬୧)ଆହତ ହୋଇଥିଲେ। ସେମାନଙ୍କୁ ଦମକଳ ବାହୀନି ଓ ଆମ୍ବୁଲାନ୍ସ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସେହିପରି ଛତ୍ରଙ୍ଗ-କୁଶଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ଝାରଖମଣ ଛକ ନିକଟରେ ଅପରାହ୍ନ ୪ଟା ସମୟରେ ଅଟୋ ସହିତ ଏକ ବାଇକ୍‌ ଧକ୍କା ହେବାରୁ ଦୁଇ ବାଇକ୍‌ ଆରୋହୀ ଆହତ ହୋଇଥିଲେ। ଖବର ପାଇ ହରଭଙ୍ଗା ଦମକଳ ବାହୀନି ଆହତ ଲଛମନ ବିଶି(୪୨) ଏବଂ ଲୋକନାଥ ମଲ୍ଲିକ (୪୦)ଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରୋ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର