ସୋନପୁର: ସୋନପୁର ପୌରାଂଚଳରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇପଡିଛି। ବ୍ଲକ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା, ପଟାଭାଡିରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରେଂଜ କାର୍ଯ୍ୟାଳୟରୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ, ଶାନ୍ତିନଗର, ଡିଆରଡିଏରୁ ପଟାଭାଡି ରାସ୍ତା ଶୋଚନୀୟ ହୋଇପଡିଛି। ଏହି ରାସ୍ତା ଗୁଡିକ ଖାଲଖମାରେ ଭର୍ତ୍ତି ହୋଇଥିବାବେଳେ ବର୍ଷା ଦିନରେ କାଦୁଅ ପଚ ପଚ ହୋଇ ଅବସ୍ଥା ଆହୁରି ସଙ୍ଗୀନ କରୁଛି।
ସେହିପରି ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଓ୍ଵାର୍ଡରେ ରାସ୍ତା ଖୋଳା ଯାଇଥିବାରୁ ଏହି ରାସ୍ତା ଗୁଡିକର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି। ଅନ୍ୟପକ୍ଷେ ଗ୍ରାମାଂଚଳରେ ରାସ୍ତାଘାଟ ଅବସ୍ଥା ଶୋଚନୀୟ ଥିବା ଜଣାପଡିଛି। ଏହି ରାସ୍ତା ଗୁଡିକର ମରାମତି ପାଇଁ ସାଧାରଣରେ ଦାବି ହେଉଛି ।
ପୁରୁଣାକଟକ: ହରଭଙ୍ଗା ବ୍ଲକ ଭେଜିଗୋରା ଗ୍ରାମର ଗୁଡ଼ତଳିଆସାହିକୁ ସଂଯୋଗ କରୁଥିବା ଅଳ୍ପ ବର୍ଷା ହେଲେ କାଦୁଅରେ ଭର୍ତ୍ତି ହୋଇଯାଉଛି। ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଅଙ୍ଗନବାଡ଼ି ଶିଶୁ ଓ ସ୍କୁଲ୍ ପିଲାମାନେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି। ରାସ୍ତା ମରାମତି ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ କେହି ଶୁଣୁ ନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ତୁରନ୍ତ ରାସ୍ତା ମରାମତି ଗାଁର ପ୍ରବୀଣ ପାତ୍ର, ବିଶିକେଶନ ପ୍ରଧାନ, ମୁରଲୀଧର ସେଠୀ, ବଳଭଦ୍ର ଅମାତ୍, ଈଶ୍ୱର ଭୋକ୍ତା ପ୍ରମୁଖ ଦାବି କରିଛନ୍ତି।
ପଲଶାଗୋରା: କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ କୁଲିହାପାଲି ଛକ ଠାରୁ ଅରଖପଦର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଶୋଚନୀୟ ହୋଇପଡ଼ିଛି। ଫଳରେ ରାସ୍ତାରେ ଯିବା ଆସିବା ଅସମ୍ଭବ ହୋଇପଡ଼ିଛି। ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମା ହୋଇ ରହିଥିବା ବେଳେ ରାସ୍ତାରେ ଲୁହାଚକ ଲଗା ଟ୍ରାକ୍ଟର ଯିବା ଆସିବା କରିବା ଯୋଗୁଁ କାଦୁଅ ହୋଇ ପଡ଼ିଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବାକୁ ଦାବି ହେଉଛି।
ମନମୁଣ୍ଡା: କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଜାତୀୟ ରାଜପଥରୁ ଖଇରମାଲ ଗ୍ରାମକୁ ଯାଇଥିବା ଏକ କିଲୋମିଟର ରାସ୍ତା ଶୋଚନୀୟ ହୋଇପଡ଼ିଛି। ଫଳରେ ଲୋକେ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଲଛିପୁର: ସୋନପୁର ବ୍ଲକ ଛକୋରମାଲ ପଞ୍ଚାୟତ ମାଟିଆପାଲି ଚାରିଛକରୁ ବାଦିପଡ଼ିଆ ରାସ୍ତା ଶୋଚନୀୟ ହୋଇ ପଡ଼ିଛି। ଏହି ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ରାସ୍ତା ମରାମତି ପାଇଁ ଦାବି ହେଉଛି।
ରାସ୍ତା ଶୋଚନୀୟ, ମରାମତି ଦାବି
/sambad/media/post_attachments/wp-content/uploads/2018/08/sonepur-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)