ବନ୍ଧୁକ ମୁନରେ ଦେଢ଼ ଲକ୍ଷ ଲୁଟ୍‌

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଦୁରଦୁରା ଛକଠାରେ ବନ୍ଧୁକ ମୁନରେ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ବୌଦ୍ଧର ନରସି˚ହ ଦାସ ଅଗ୍ରୱାଲା ଆଣ୍ତ ସନ୍ସ ହିନ୍ଦୁସ୍ଥାନ ଲିଭର୍ କମ୍ପାନିର ଅଧିକୃତ ବିକ୍ରେତା। ତାଙ୍କ ଦୁଇ କର୍ମଚାରୀ ଯୋଗେନ୍ଦ୍ର ବାରିକ ଓ ଶରତ ମେହେର ଶୁକ୍ରବାର ବୀରମହାରାଜପୁର, ସୁବଳୟା ଅଞ୍ଚଳର ଦୋକାନଗୁଡ଼ିକୁ ଯୋଗାଣ ହୋଇଥିବା ସାମଗ୍ରୀର ବକେୟା ପାଉଣା ସଂଗ୍ରହ ପାଇ ଯାଇଥିଲେ। ସଂଧ୍ୟାରେ ସେମାନେ ୧ ଲକ୍ଷ ୫୦ ହଜାର ଟଙ୍କା ଧରି ବାଇକ୍ (ଓଡି ୨୭-୯୧୫୨)ରେ ସୁବଳୟାରୁ ବୌଦ୍ଧକୁ ଫେରୁଥିଲେ। ସୁବଳୟାରୁ ପ୍ରାୟ ୮ କିମି ଗଲା ପରେ ଜଙ୍ଗଲ ଭିତରେ ଥିବା ଦୁରଦୁରା ଛକଠାରେ ୨ଟି ପଲସର ବାଇକ୍‌ରେ ହେଲମେଟ୍ ପିନ୍ଧି ବସି ଥିବା ୫ ଜଣ ଯୁବକ ସେମାନଙ୍କୁ ଅଟକାଇ ଥିଲେ। ସେମାନେ ପ୍ରଥମେ ଲୁହା ରଡ୍‌ରେ ଶରତଙ୍କୁ ଆକ୍ରମଣ କରିବା ପରେ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍ ମାଗିଥିଲେ। ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ସହ ଉଭୟଙ୍କ ୪ଟି ମୋବାଇଲ ଏବ˚ ଏକ ମନିପର୍ସ ଲୁଟି ସେଠାରୁ ଫେରାର ହୋଇଯାଇ ଥିଲେ।

ସମ୍ବନ୍ଧିତ ଖବର