ସ୍କୁଲ ଗେଟ୍‌ ପଡ଼ି ଛାତ୍ର ଗୁରୁତର ଘଟଣା :ଆହତ ଛାତ୍ରଙ୍କୁ ସହାୟତାର ହାତ ବଢାଇଲେ ଛାତ୍ରଛାତ୍ରୀ

ବୀରମହାରାଜପୁର: ବୀରମହାରାଜପୁର ବ୍ଲକ ମାଲିଦାଦର ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍‌ ଭାଙ୍ଗି ମାର୍ଚ୍ଚ ୯ ତାରିଖ ଦିନ ଦ୍ୱିତୀୟ ଶ୍ରେଣୀ ଛାତ୍ର ବିଶ୍ୱନାଥ ପଧାନ ଗୁରୁତର ହୋଇ ଦୁଇ ଗୋଡ଼ ଭାଙ୍ଗି ଯାଇଥିଲା। ଏବେ ସେ ବୁର୍ଲା ଡାକ୍ତରଖାନାରୁ ଚିକିତ୍ସିତ ଏବେ ଘରକୁ ଫେରିଛନ୍ତି। ସ୍ଥାନୀୟ ଅମରପାଲି ନୋଡାଲ ସ୍କୁଲର ଛାତ୍ରଛାତ୍ରୀ ନିଜେ ୨୫୦୦ ଟଙ୍କା ସଂଗ୍ରହ କରି ତାଙ୍କୁ ଚିିକିତ୍ସା ସହାୟତା ପ୍ରଦାନ କରିଛନ୍ତି। ସେହିପରି ବୀରମହାରାଜପୁର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଚିକିତ୍ସା ସହାୟତା ବାବଦକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଗୁରୁବାର ବିଇଓ ଶାନ୍ତନୁ କୁମ୍ଭାକାର, ସିଆର୍‌ସିସି ଭାବଗ୍ରାହୀ ମେହେର ଓ ଅରୁଣ ରାୟ, ଶିକ୍ଷକ ପ୍ରାଣବନ୍ଧୁ ସାହୁ ଅମରପାଲି ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ଭୋଇ, ମାଲିଦାଦର ସ୍କୁଲର ପ୍ରଧାନ ଶିକ୍ଷକ ନିରୋଜ ଭୋଇ ଓ ବହଲପଦର ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ପଧାନ ଆହତ ଛାତ୍ରଙ୍କ ଘରକୁ ଯାଇ ସହାୟତା ରାଶି ପ୍ରଦାନ କରିଛନ୍ତି। ଆଗକୁ ବି ଛାତ୍ରଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ଶିକ୍ଷକମାନେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର