୯ ସୁପରଭାଇଜରଙ୍କ ଦରମା ବନ୍ଦ

ସୋନପୁର,: ବିଭିନ୍ନ ଯୋଜନାର ଲକ୍ଷ୍ୟଧାର୍ଯ୍ୟ ପୂରଣ କରିବାରେ ବିଫଳ ହୋଇଥିବାରୁ ବୀରମହାରାଜପୁର ବ୍ଲକ ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧୀନରେ କାର୍ଯ୍ୟରତ ୯ ଜଣ ସୁପରଭାଇଜରଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏପରିକି ଚଳିତ ମାସ ଶେଷ ସୁଧା ସେମାନଙ୍କୁ ଦିଆଯାଇଥିବା ଲକ୍ଷ୍ୟଧାର୍ଯ୍ୟ ପୂରଣ ନକଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରାଯିବ ବୋଲି ଜିଲ୍ଲାପାଳ ଦାଶରଥି ଶତପଥୀ ତାଗିଦ କରିଛନ୍ତି। ମଙ୍ଗଳବାର ଜାତୀୟ ସ୍ୱାସ୍ଥ୍ୟ ମିସନ ଏବଂ ସମନ୍ଵିତ ଶିଶୁ ବିକାଶ ଯୋଜନାର ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ମିଳିଥିବା ସୂଚନା ଅନୁଯାଇ ଗତ ଅକ୍ଟୋବର ମାସରେ ବିଭାଗୀୟ ସଚିବ ସୋନପୁର ଗସ୍ତରେ ଆସି ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ। ଏହି ଜିଲ୍ଲାରେ ମିସନ ଶକ୍ତି ଏବଂ ମମତା ଯୋଜନାର ଅଗ୍ରଗତି ଅତି ନୈରାଶ୍ୟଜନକ ବୋଲି ସଚିବ ମତ ଦେଇଥିଲେ ଏବଂ ସ୍ଥିତି ସୁଧାରିବାକୁ ନିର୍ଦ୍ଦେଶ ଦେଇଥିଲେ। ସଚିବଙ୍କ ପରାମର୍ଶ ଅନୁଯାଇ ଜିଲ୍ଲାପାଳ ପ୍ରତ୍ୟେକ ସୁପରଭାଇଜରଙ୍କୁ ୩ଟି ଲେଖାଏଁ ଟାର୍ଗେଟ ଦେଇଥିଲେ। କିନ୍ତୁ ବୀରମହାରାଜପୁରର ୯ ଜଣ ସୁପରଭାଇଜର ଏହି ଲକ୍ଷ ପୂରଣ କରିପାରି ନାହାନ୍ତି। ଏହି ସୁପରଭାଇଜରମାନେ ହେଲେ ପ୍ରଭାସିନୀ ଶପତଥୀ, ନିମନ୍ତି କାଙ୍ଗାଳି, ଇଲାବତୀ ଭୋଇ, ତୁଳସୀ ମଞ୍ଜରୀ ମିଶ୍ର, ଶାନ୍ତିଲତା ଖମାରୀ, ନମିତା ମିଶ୍ର, ସୁରଜନା ସାହୁ, ମମତାମୟୀ ପଧାନ, ଦିପାନ୍ତରୀ ବାଘ।

ସମ୍ବନ୍ଧିତ ଖବର