ସଡ଼କ ଦୁର୍ଘଟଣାରେ ଗାଡ଼ି ଚାଳକ ମୃତ

ବିନିକା /ସିଂଘିଯୁବା: ସୁବର୍ଣ୍ଣପୁର ଜିଲ୍ଲା ବିନିକା -ଡ଼ୁଙ୍ଗୁରିପାଲି ମୁଖ୍ୟ ରାସ୍ତାର ସିଂଘିଯୁବା ମଦଭାଟି ଛକ ନିକଟରେ ଥିବା ପୋଲ ଉପରେ ଏକ କାର୍‌ ଦୁର୍ଘଟଣା ହେବାରୁ ଡ୍ରାଇଭର କଲ୍ୟାଣ ଭୂୟାଁ (୩୫) ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନାନୁସାରେ ବୁଧବାର ବିଳମ୍ବିତ ରାତିରେ ଏକ କାର୍‌ (ଓଡି୧୫ଏଚ୍‌-୫୫୬୨) ରାୟପୁରରୁ ବିନିକା ଆସୁଥିବା ବେଳେ ସିଂଘିଯୁବା ପୋଲ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ପଡ଼ିଯାଇଥିଲା। ସକାଳୁ ଲୋକେ ଦେଖି ବିନିକା ଦମକଳ ବାହିନୀ ଖବର ଦେଲା ପରେ ଦମକଳବାହିନୀ ଆସି ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡ୍ରାଇଭର ବିନିକା ନୂଆବଜାରର କଲ୍ୟାଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ବିନିକା ଡାକ୍ତରଖାନାରେ ଶବ ବ୍ୟବଚ୍ଛଦେ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଏ ନେଇ ବିନିକା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହି ଖବର ପ୍ରଚାର ହେବା ପରେ ସକାଳବେଳା ବିନିକା ନୂଆବଜାର ସମସ୍ତ ଦୋକାନ ବଜାର ବନ୍ଦ ରଖିଥିଲେ। ଏହି ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ହୋଇ ରାସ୍ତା ଖରାପ ହୋଇଯାଇଥିଲେ ମଧ୍ୟ ବିଭାଗ ଦୃଷ୍ଟି ଦେଉନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଚାଲିଯାଉଛି। ଏଣୁ ଏହି ପରିବାକୁ ସରକାରୀ ସହଯୋଗ ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର