ଏକଦିଵସୀୟ ଦ୍ୱିତୀୟ ଯାଲୋଏ ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ, ଓଡ଼ଗାଁ ଚାମ୍ପିଅନ

ଉଲୁଣ୍ଡା: ଉଲୁଣ୍ଡା ବ୍ଲକର ଯାଲୋଏ ହାଟପଦାରେ ପଲ୍ଲୀସେବା ଯୁବକ ସଂଘ ଦ୍ୱାରା ଆୟୋଜିତ ଦିବାରାତ୍ର ଦ୍ୱିତୀୟ ନାରାୟଣୀ ଏକ ଦିବସୀୟ ଭଲିବଲ ଟୁର୍ନାମେଣ୍ଟ ଗତ ରବିବାର ଦିନ ଉଦଯାପିତ ହୋଇଯାଇଛି। ପ୍ରଥମେ ନାରାୟଣୀ ମନ୍ଦିରଠାରୁ ମଶାଲ ଶୋଭାଯାତ୍ରା ଯାଇ ହାଟପଦାରେ ପହଂଚିଥିଲା। ମୁଖ୍ୟଅତିଥି କେନ୍ଦୁଝରର ସୁଗନ୍ଧାରାଜ ଅଗରବତୀ ଅଧିକାରିଣୀ ଟ୍ଵିଙ୍କିଲ ମିଶ୍ର ଯୋଗଦେଇ ଭଲିବଲ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଏହି ଉଦ୍‌ଘାଟନ ଉତ୍ସବରେ ପଲ୍ଲୀସେବା ଯୁବକ ସଂଘ ଯାଲୋଏ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠି, ସଭାପତି ସୁବାସ ସାହୁ, ଅବସରପ୍ରାପ୍ତ ଶିକ୍ଷା ନିରୀକ୍ଷକ କାଳିଆ ପଧାନ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବୁଧୁରାମ ତ୍ରିପାଠୀ, ଦିଲୁ ତ୍ରିପାଠୀ, ବିନୟ ତ୍ରିପାଠୀ, ପୀତବାସ ଭୋଇ, ଦିଲ୍ଲୀପ ଗୁରୁ, ସରୋଜ ସାହୁ, ସମ୍ପାଦକ ରାମେଶ୍ୱର ସେଠି, ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ଡୁଙ୍ଗରିପାଲି ଓ ଯାଲୋଏ ମଧ୍ୟରେ ଖେଳରେ ଡୁଙ୍ଗୁରିପାଲି ଦଳ ଯାଲୋଏ ଦଳକୁ ୧ ପଏଣ୍ଟରେ ହରାଇ ଥିଲା। ସୋନପୁର ଓ ଓଡ଼ଗାଁ ମଧ୍ୟରେ ଖେଳରେ ୬ ପଏଣ୍ଟରେ ଓଡ଼ଗାଁ ବିଜୟୀ ହୋଇ ସେମି ଫାଇନାଲକୁ ଯାଇଥିଲା। ବଲାଙ୍ଗୀର ଓ ତାଳପଦଖେଳରେ ୨ ପଏଣ୍ଟରେ ତାଳପଦର ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା। କୁଇ ବାହାଲ ଓ ସୋନପୁର ଆଇଟିଆଇ ଖେଳରେ କୁଇ ବାହାଲ ୱାକ ଓଭର ପାଇଥିଲା ଓ ସେମି ଫାଇନାଲକୁ ଯାଇଥିଲା। ପ୍ରଥମ ସେମି ଫାଇନାଲରେ ଡୁଙ୍ଗରିପାଲି ଫାଇନାଲରେ ଓଡଗାଁ ଖେଳରେ 9ପଏଣ୍ଟରେ ଓଡଗାଁ ବିଜୟୀ ହୋଇ ଫାଇନାଲକୁ ଯାଇଥିଲା। ତାଳପଦର ଓ କୁଇବାହାଲ ଖେଳରେ ଦୁଇ ପଏଣ୍ଟ ପାଇ ତାଳପଦ ଫାଇନାଲକୁ ଯାଇଥିଲା। ଶେଷରେ ଫାଇନାଲ ମ୍ୟାଚରେ ଓଡଗାଁ ଓ ତାଳପଦର ଖେଳରେ ୩ ପଏଣ୍ଟରେ ଓଡ଼ଗାଁ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ଏଥିରେ ରାଜ୍ୟ ଭଲିବଲ ପ୍ରଶିକ୍ଷକ ଆଲୋକ ଦାଶ ଯୋଗଦେଇ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ। ଉଦଯାପନୀ ଉତ୍ସବରେ ଜିଲ୍ଲା ଏସପି ଦେବୀ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ରିଜର୍ଭ ଇନ୍ସପେକ୍ଟର ସମେରନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା କ୍ରୀଡା ଅଧିକାରୀ ଶରତ ଚନ୍ଦ୍ର ନନ୍ଦ, ପୁଲିସ ହାବିଲଦାର ସଂଘ ସମ୍ପାଦକ ଦୀନେଶ ମିଶ୍ର, ଯାଲୋଏ ଗ୍ରାମପଞ୍ଚାୟତର ପିଇଓ ଧିରେନ ବାଘ, ଜିଆରଏସ ଶିବ ରାମ ମିଶ୍ର, ସାମାଜିକ କର୍ମୀ ଶତ୍ରୁଘନ ବଘାର ଯୋଗଦେଇଥିଲେ। ଖେଳପରିଚାଳନାରେ ହୃଦାନନ୍ଦ ଭୋଇ, ଶ୍ୟାମ ସୁନ୍ଦର ନାୟକ, ସଞ୍ଜୟ କୁମାର ସାହୁ, ସନ୍ତୋଷ ପଣ୍ଡା, ଦ୍ୱିତୀୟ ପଙ୍କଜ ଫୋନି, ଅମିତ ଧାରାବିଵରଣୀ ପ୍ରଦାନ କରିଥିଲେ। ହୃଷୀ କେଶ ଚାନ୍ଦ, ବିନୟ କୁମାର ତ୍ରିପାଠୀ, ମହାଦେବ ପଣ୍ଡା, କିଶୋର ସାହୁ, ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ଜ୍ଞାନ ରଞ୍ଜନ ମେହେର, ସୁଶାନ୍ତ ମେହେର, ସମ୍ରାଟ ମେହେର, ଅମିତ ଷlଣ୍ଢ, ଶୁଭେନ୍ଦୁ ମେହେର, ଵଜେନ୍ଦ୍ର ବସ୍ତିଆ, ଜ୍ଞାନ ରଞ୍ଜନ ମହାକୁର, ଜୟନ୍ତ ଷାଣ୍ଡ, ସଞ୍ଜୟ ଭୋଇ ଶଙ୍କର ସେଠି, ପଦ୍ମ ଲୋଚନ ପାଢ଼ୀ, ସନ୍ତୋଷ ପଣ୍ଡା, ସନତ ସେଠି, ଉଲ୍ଲାସ ତ୍ରିପାଠୀ, ଅନିଲ ଭୋଏନା, ଭୋଳା ଶଙ୍କର ରଣା, ବ୍ରଜ ସେଠି, କିଶୋର ସାହୁ, ରଂଜିତ ରଣା, ବିଜୁ ସାହୁ, ସିପୁଲୁ ପାଣ୍ଡେ, ଆଶୁତୋଷ ତ୍ରିପାଠୀ ବ୍ରଜ କିଶୋର ତ୍ରିପାଠୀ, ଗଣେଶ ରଣା, ଡ୍ରାଇଭର ମେହେର, ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର