ସୁବର୍ଣ୍ଣପୁର: ଦୁଷ୍କର୍ମ ପରେ ମହିଳାଙ୍କୁ ବିଲରେ ଫିଙ୍ଗିଦେଲେ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ବ୍ୟାଙ୍କ କାମରେ ଯାଇଥିବା ଜଣେ ମହିଳାଙ୍କୁ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ବିଲରେ ଫିଙ୍ଗି ଦେଇ ଫେରାର ହୋଇଯାଇଛନ୍ତି।

ରିପୋର୍ଟ ଅନୁସାରେ ସ୍ଥାନୀୟ ଅଂଚଳର ଜଣେ ମହିଳା ଆଜି ଅନ୍ୟ ମହିଳାଙ୍କ ସହିତ ବ୍ୟାଙ୍କ କାମରେ ଧର୍ମଶାଳା ଆସିଥିଲେ। ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କୁ ପୂର୍ବରୁ ଅଭିଯୁକ୍ତମାନେ ଟାର୍ଗେଟ କରିଥିଲେ। ସେମାନେ କେବଳ ସୁଯୋଗକୁ ଅପେକ୍ଷା କରିଥିଲେ।

ଜିଲ୍ଲା ସଦର ମହକୁମା ସୋନପୁର ଠାର ବୀରମହାରାଜପୁରକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କରୁ ମହିଳାଙ୍କୁ ଉଠାଇ ନେଇ ଅଭିଯୁକ୍ତମାନେ ଦୁଷ୍କର୍ମ କରିବା ପରେ ଧର୍ମଶାଳା ଏମ୍‌ଇ ସ୍କୁଲ ସମ୍ମୁଖରେ ଥିବା ବଲରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇଁ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର