ଡକାୟତି ମାମଲାରେ ଯୁବକ ଗିରଫ

ତରଭା: ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ବରଗଡ଼ ଜିଲ୍ଲାରେ ଘଟିଥିବା ବହୁ ଡକାୟତି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଜଙ୍ଗଲୁ ସରଭଙ୍ଗ (୪୦)କୁ ତରଭା ପୁଲିସ ଗିରଫ କରିଛି। ତରଭା ଥାନା ଅନ୍ତର୍ଗତ ଅର୍ଡାର ଜଙ୍ଗଲୁ ନାମରେ ବଲାଙ୍ଗୀର ଏସ୍‌ଡିଜେଏମ କୋର୍ଟ ପକ୍ଷରୁ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ଜାମିନବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଥିଲା। ବରଗଡ଼ ଜିଲ୍ଲା ଭଟଲି କାଳୀ ମନ୍ଦିରରୁ ହୋଇଥିବା ସୁନା ଅଳଙ୍କାର ଚୋରି ଘଟଣାରେ ଜଙ୍ଗଲୁର ସଂପୃକ୍ତି ଥିବା ଜଣାଯାଇଛି। ତରଭା ଥାନା ଅନ୍ତର୍ଗତ ରାଏକେଡ଼ା, ରଥପାଲି ଡକାୟତିରେ ମଧ୍ୟ ଜଙ୍ଗଲୁ ସଂପୃକ୍ତ ଥିଲା। ଜଙ୍ଗଲୁ ଅର୍ଡାକୁ ଆସିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତରଭା ଆଇଆଇସି ସୁରୁବାବୁ ଛତ୍ରିଆଙ୍କ ନିର୍ଦେଶରେ ଏସ୍‌ଆଇ ପିକେ ଦାଶ, ବି. ଦେହୁରୀ, ଏଏସ୍‌ଆଇ ସି.ଆର୍‌. ମହାନନ୍ଦିଆ, ହୋମଗାର୍ଡ ବିଜୟ ସାହୁ ଓ ଲିଙ୍ଗ ପ୍ରଧାନ ଗୁରୁବାର ରାତିରେ ଅର୍ଡା ଜଙ୍ଗଲରୁ ଧରିଥିଲେ। ଆଜି ଜଙ୍ଗଲୁକୁ ବଲାଙ୍ଗୀର ପୁଲିସକୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଶ୍ରୀ ଛତ୍ରିଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର