ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚି ଯୁବକ କାଟିଲେ ବେକ, ଏହି ଦୃଶ୍ୟ ଦେଖି ଲୋକେ ହେଲେ ଆତଙ୍କିତ

ଗଞ୍ଜାମ: ବ୍ରହ୍ମପୁରରେ ସର୍ବସାଧାରଣ ସ୍ଥାନରେ ଏକ ଅଭାବନୀୟ ଘଟଣା ଘଟିଛି। ବ୍ରହ୍ମପୁର ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ଏକ ଧାରୁଆ ବ୍ଲେଡରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି ଚିିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବକ ଜଣକ କେଉଁ ପରିସ୍ଥିତିରେ ନିଜ ବେକ କାଟିଛନ୍ତି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।

ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ ସିନ୍ଧ ପଞ୍ଚାୟତ ମହାରାଜ ଗାଁର ଟୁଙ୍ଗୁରୁ ବେହେରା ସୁରଟରେ ଦୀର୍ଘ ଦିନ ରହି ଦାଦନ ଖଟୁଥିଲେ। ଆଜି ସେ ସେଠାରୁ ଏକ ଟ୍ରେନ୍‌ ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଥିଲେ। ପହଞ୍ଚିବାର କିଛି ସମୟ ପରେ ହଠାତ ତାଙ୍କ ବ୍ୟାଗରୁ ଏକ ବ୍ଲେଡ୍‌ କାଢି ନିଜ ବେକକୁ କାଟି ଦେଇଥିଲେ। ବେକରୁ ପ୍ରବଳ ରକ୍ତ ବାହାରିବା ପରେ ରେଳ ଷ୍ଟେସନର କର୍ତ୍ତୃପକ୍ଷ ଆମ୍ବୁଲାନ୍‌ସକୁ ଫୋନ କରିବା ପରେ ତାଙ୍କୁ ମେଡିକାଲରେ ଚକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବେକ କାଟିବାର କାରଣ ଅସ୍ପଷ୍ଟ ଥିବା ବେଳେ ସେ ପାରିବାରିକ କଳହରୁ ମାନସିକ ଭାରସାମ୍ୟ ହରାଇ ବେକ କାଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର