ସୁକମା: ପୁଲିସ ଏନ୍‌କାଉଣ୍ଟରରେ ଦୁଇ ମାଓବାଦୀ ମୃତ

ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାସ୍ଥିତ କାନୟାପାଡ୍‌ ଜଙ୍ଗଲରେ ଶୁକ୍ରବାର ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟି ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ପୁଲିସ ଗୁଳିର ସାମ୍ନା କରି ନ ପାରି ମାଓବାଦୀମାନେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ। ପୁଲିସ ସର୍ଚ୍ଚ ଅପରେସନ୍‌ କରୁଥିବା ସମୟରେ ଦୁଇ ମାଓବାଦୀଙ୍କ ମୃତଦେହ ଓ ସେମାନଙ୍କଠାରୁ ମାଓସାମଗ୍ରୀ ଜବତ କରିଥିବା ନେଇ ସୁକମା ପୁଲିସ ଏସ୍‌ପି ଅଭିଷେକ ମିନା ସୂଚନା ଦେଇଛନ୍ତି।

ମୃତ ଦୁଇ ମାଓବାଦୀଙ୍କ ନାମ ସୀତା ସୋଡି(ପ୍ଲାଟୁନ୍‌ କମାଣ୍ଡର) ଓ ଅନ୍ୟ ଜଣଙ୍କ ନାମ ସୋଢ଼ି ଲେଖମା ବୋଲି ଜଣାପଡ଼ିଛି। ସୀତା ସୋଡିର ମୁଣ୍ଡ ଉପରେ ଦଶଲକ୍ଷ ଟଙ୍କା ଓ ସୋଢ଼ି ଲେଖମାର ମୁଣ୍ଡ ଉପରେ ଛତିଶଗଡ଼ ସରକାର ଆଠଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର