ବଲାଙ୍ଗୀର: ପଶୁପକ୍ଷୀଙ୍କର ରକ୍ତରେ ଲାଲ ହେଲା ଶୁଳିଆ ପୀଠ

ବଲାଙ୍ଗୀର: ଆଜି ବଲାଙ୍ଗୀରର ଚର୍ଚ୍ଚିିତ ଶୁଳିଆ ପୀଠ ପଶୁପକ୍ଷୀଙ୍କ ରକ୍ତରେ ଲାଲ ହୋଇ ଉଠିଛି। ପରମ୍ପରା ଓ ବିଶ୍ୱାସ ନିକଟରେ ଫେଲ ମାରିଛି ପ୍ରଶାସନର ସମସ୍ତ ଉଦ୍ୟମ। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ା ଅର୍ଜୁନପୁର ପଞ୍ଚାୟତର ମୁଖ୍ୟ ଶୁଳିଆ ପୀଠ ଖଇରଗୁଡାର ବଡ଼ଖଳା ଓ ସାନଖଳାରେ ଶୁଳିଆ ପୂଜା କମିଟିର ନେତୃତ୍ୱରେ ଶୁଳିଆ ଯାତ୍ରା ଆରମ୍ଭ ହୋଇଛି।ଏଥିରେ କମିଟିର କର୍ମକର୍ତ୍ତା, ଦେହୁରୀ ତଥା ୫ଟି ଜିଲ୍ଲା ହଜାର ହଜାର ଲୋକ ଯୋଗ ଦେଇଛନ୍ତି। ସବୁ ଶୁଳିଆ ପୀଠରେ ଆଦିବାସୀ ପରମ୍ପରା ଓ ରୀତି ନୀତି ଅନୁସାରେ ପୂଜା ହେବା ସହ ପଶୁ ପକ୍ଷୀଙ୍କୁ ବଳି ଦିଆ ଯାଉଛି। ସୁରକ୍ଷା ଦୃଷ୍ଟିରୁ ୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର