ମୌସୁମୀ ପରେ ବି ଅଂଶୁଘାତ, କେନ୍ଦ୍ରାପଡ଼ାରେ ଗୋଟିଏ ଦିନରେ ୨ମୃତ

କେନ୍ଦ୍ରାପଡ଼ା: ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଥିବା ଜଣାପଡ଼ିଛି। ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ୍‌ ଜାଦୁପୁରର କାଳାଗଡ଼ା ଗ୍ରାମର ମଙ୍ଗଳବାର ଅପରାହ୍ନରେ ଜଣେ ଯୁବକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକଙ୍କ ନାମ କେଦାର ନାଥ ଓ ବୟସ ୩୨ବର୍ଷ ବୋଲି ଜଣାପଡ଼ଛି।। ଆଜି ସକାଳେ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା ଫଳରେ ପରିବାରଲୋକେ କେଦାରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍‌ପଟାଲରେ ଭର୍ତ୍ତିି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

କେନ୍ଦ୍ରାପଡ଼ା ଜଜାଙ୍ଗ ଗାଁରେ ଜଣେ ବ୍ୟକ୍ତିଙ୍କର ମଙ୍ଗଳବାର ଅଂଶୁଘାତରେ ମୃତ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଚନ୍ଦ୍ରମଣି ବେହେରା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ଚନ୍ଦ୍ରମଣି କୌଣସି କାମରେ ବଜାରରୁ ଯାଇଥିଲେ, ବଜାରରୁ କାମ ସାରି ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ହଠାତ୍‌ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକ ତାଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଡାକ୍ତରଖାନା ନେଉଥିବା ବାଟରେ ଚନ୍ଦ୍ରମଣି ବେହେରାଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର