ନକଲି ପରୀକ୍ଷାର୍ଥୀ ଅଟକ

ରାଉରକେଲା: ଦେଶର ମେଡିକାଲ କଲେଜଗୁଡ଼ିକରେ ନାମଲେଖା ପାଇଁ ଆଜି ଅନୁଷ୍ଠିତ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ଚାଲିଥିବା ବେଳେ ରାଉରକେଲା ବାସନ୍ତୀ କଲୋନୀସ୍ଥିତ ଡିଏଭି ସ୍କୁଲ୍‌ରେ ଜଣେ ଜାଲ୍‌ ପରୀକ୍ଷାର୍ଥୀ ଧରାପଡ଼ିଛି। ପୁଲିସ ତାକୁ ଅଟକ ରଖି ଜେରା କରୁଛି। ଜାଲ୍‌ ପରୀକ୍ଷାର୍ଥୀ ଜଣକ ନିଜକୁ ରାଜସ୍ଥାନର ରମେଶ କୁମାର ବୋଲି ପରିଚୟ ଦେଉଥିବା ବେଳେ ଖୋର୍ଧା ଅଞ୍ଚଳର ଜନୈକ ଏସ୍‌.ବିଶ୍ୱାଳଙ୍କ ପାଇଁ ସେ ପରୀକ୍ଷା ଦେଉଥିଲା ବୋଲି କୁହାଯାଉଛି। ତେବେ ପୁଲିସ କିମ୍ବା ସ୍କୁଲ୍‌ କର୍ତୃପକ୍ଷ କୌଣସି ସୂଚନା ଦେଉନଥିବାରୁ ଜାଲ୍‌ ପରୀକ୍ଷାର୍ଥୀଙ୍କୁ ଖସାଇ ଦେବା ଲାଗି ମସୁଧା ଚାଲିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର