ଲଜ୍ଜା:ବୃଦ୍ଧାଙ୍କୁ ଗଣଦୁଷ୍କର୍ମ

ବଡ଼ଗାଁ : ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଇତମା ଝାରମୁଣ୍ଡା ଗ୍ରାମର ଜନୈକା ୬୫ ବର୍ଷର ବୃଦ୍ଧା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ବୃଦ୍ଧା ଜଣଙ୍କ ଗାଁ ଭିତ‌ରେ ବୁଲୁଥିବା ସମୟରେ ସେହି ଗାଁର ଖଗେଶ୍ବର ନାଏକ (୫୫) ଓ ନବୀନ ପ୍ରଧାନ (୨୫) ତାଙ୍କୁ ଟେକି ନେଇ ନିକଟରେ ଥିବା ଏକ ବୁଦା ଭିତରେ ବଳପୂର୍ବକ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଆଜି ଏ ସଂପର୍କରେ ପୀଡିତା ବଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣା ପରେ ଦୁଇ ଅଭିଯୁକ୍ତ ଗାଁରୁ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାଲାଗି ପୁଲିସ ପକ୍ଷରୁ ତନାଘନା ଜାରି ରହିଛି।

ସମ୍ବନ୍ଧିତ ଖବର