ସୁନ୍ଦରଗଡ଼ : ୪ ବର୍ଷର ଶିଶୁ କନ୍ୟାର ସଂଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା, ମହିଳାଙ୍କୁ ନିସ୍ତୁକ ମାଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଜିଲ୍ଲାର ଧରଓ୍ଵାଡିହି ଥାନା ଘୁମୁଡା ଗାଁରେ ଏକ ୪ ବର୍ଷର ଶିଶୁ କନ୍ୟାର ସଂଦେହଜନକ ମୃତ୍ୟକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଶିଶୁ କନ୍ୟାଟି ଆଜି ଅଙ୍ଗନଓ୍ଵାଡି କେନ୍ଦ୍ରକୁ ଯାଇ ଆଉ ଫେରନଥିଲା । ପରିବାର ଲୋକେ ବହୁ ଖୋଜାଖୋଜି ପରେ ସଂଦେହଜନକ ଅବସ୍ଥାରେ ବୁଲୁଥିବା ଏକ ମହିଳାଙ୍କୁୁ ଅଟକ ରଖିଥିଲେ ।

ତା ଘରେ ଥିବା ଏକ ସିନ୍ଦୁକରୁ ଶିଶୁ କନ୍ୟାକୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯିବାପରେ ତାକୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶିଶୁର ଶରୀରରେ କାମୁଡା ଦାଗ ଥିବା ଜଣାପଡିଛି । ଉତ୍ତ୍ୟକ୍ତ ଲୋକେ ଡାହାଣୀ ସଂଦେହରେ ଉକ୍ତ ମହିଳାଙ୍କୁ ନିସ୍ତୁକ ମାଡ ଦେଇଛନ୍ତି । ଧରଓ୍ଵାଡିହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁୁ ଉଦ୍ଧାର କରିଛି । ଘଟଣାର ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର