ବିବାହର ୫ ଦିନ ପରେ ପୁରୁଣା ପ୍ରେମକୁ ସ୍ୱୀକୃତି : ପତ୍ନୀକୁ ପ୍ରେମିକ ହାତରେ ଟେକି ଦେଲା ପତି

0 2,496

ବଡଗାଁ : ବେଦୀରେ ଲାଗିଥିବା ଫୁଲ ମଉଳି ନାହିଁ। ବାହାଘର ପାଇଁ ଆସିଥିବା ବନ୍ଧୁବାନ୍ଧବ ଘରକୁ ଫେରିନାହାନ୍ତି। ଅଷ୍ଟମଙ୍ଗୁଳା ସମେତ ବିବାହର ଅନେକ କର୍ମ ବାକି ରହିଛି। ଘରେ ବିବାହ ଉତ୍ସବ ଲାଗି ରହିଥିବା ବେଳେ ଜଣେ ନବବିବାହିତ ଯୁବକ ନିଜ ପତ୍ନୀର ପ୍ରେମକୁ ସ୍ୱୀକୃତି ଦେଇ ତାକୁ ପୁରୁଣା ପ୍ରେମିକ ସହିତ ବିବାହ ଦେବା ଘଟଣା ଚର୍ଚାର ବିଷୟ ହୋଇଛି। ଘଟଣାଟି ଘଟିଛି ବଡଗାଁ ବ୍ଲକ୍‌ ଅନ୍ତର୍ଗତ ପାମରା ଗ୍ରାମ କିସାନ ପଡ଼ାରେ।
କିଷାନପଡ଼ାର ବାସୁଦେବ ଟପ୍ପୋ ମାର୍ଚ ୪ ତାରିଖ ଦିନ ଝାରସୁଗୁଡ଼ା ଦେବଡିହି ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ପରେ ସେ କନ୍ୟାକୁ ଧରି କିଷାନପଡ଼ା ଆସିଥିଲେ। ଏହାର ୫ ଦିନ ପରେ ଗତ ୯ ତାରିଖ ଦିନ ଝାରସୁଗୁଡ଼ାର ୩ ଜଣ ଯୁବକ ବାସୁଦେବଙ୍କ ଘରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବିବାହିତା ଯୁବତୀଙ୍କ ଭାଇ ବୋଲି ପରିଚୟ ଦେଇ ତାଙ୍କ ସହିତ ମିଶିଥିଲେ। ଏଥିରେ ସନ୍ଦେହ ପ୍ରକାଶ କରି ଗ୍ରାମବାସୀ ସେମାନଙ୍କୁ ଜେରା କରିବା ସହ ମାଡ଼ ମାରିବାରୁ ସେମାନେ ପ୍ରକୃତ କଥା କହିଥିଲେ। ନବ ବିବାହିତା ସର୍ବସମ୍ମୁଖରେ ଯୁବକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରିଥିଲେ। ଶେଷରେ ବାସୁଦେବ ତାଙ୍କ ପତ୍ନୀକୁ ପୁରୁଣା ପ୍ରେମିକ ହାତରେ ଟେକି ଦେବାକୁ ନିଷ୍ପତ୍ତି ନେଇଥିଲେ। ସେ ଯେଉଁ ବେଦୀରେ ବସି ଚତୁର୍ଥୀ ଓ ଅନ୍ୟ ବିବାହ କର୍ମ କରିଥିଲେ, ସେଇ ବେଦୀରେ ପତ୍ନୀକୁ ବିବାହ ଦେଇଥିଲେ ଏବଂ ଉଭୟଙ୍କୁ ବିଦା କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.