ଯାଜପୁର: ଏଟିଏମ୍‌ ଲୁଟ୍‌ର ମାଷ୍ଟରମାଇଣ୍ଡ ସୁନ୍ଦରଗଡ଼ରୁ ଗିରଫ, ୩ ଲ୍ୟାପଟପ୍‌, ୭ ମୋବାଇଲ୍‌ ଏବଂ ୩୦ଟି ଏଟିଏମ୍‌ କାର୍ଡ ଜବତ

ଯାଜପୁର: ପାଣିକୋଇଲି ଥାନା ଅଂଚଳରେ ଥିବା ବିଭିନ୍ନ ଏଟିଏମ୍‌ରୁ ଟଙ୍କା ଲୁଟ ଅଭିଯୋଗରେ ପୁଲିସ ବୁଧବାର ରାତି ଅଭିଯୁକ୍ତ ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ପୁଲିସ କହିଛି, ଏଟିଏମ୍‌ ଲୁଟ୍‌ର ମାଷ୍ଟରମାଇଣ୍ଡ ଓବେଦ ମେହେର ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଥାନା ଅନ୍ତର୍ଗତ ବସମା ଗ୍ରାମରୁ ଗିରଫ ହୋଇଛି। ଓବେଦକୁ ଅତର୍କିତ ଭାବରେ ଚଢ଼ାଉ କରାଯାଇ ଗିରଫ କରାଯାଇଛି।

ପୁଲିସ କହିଛି, ଏଟିଏମ୍‌ ଲୁଟ୍‌ କରିବାରେ ଓବେଦ୍‌ ଓସ୍ତାଦ ଥିଲା। ଏଟିଏମ୍‌ର ବ୍ୟବହାର ଜାଣି ନଥିବା ଗ୍ରାହକଙ୍କୁ ଫସାଇ ସେ ଏଟିଏମ୍‌ କାର୍ଡ ନେଇ ଯାଉଥିଲା। ଏଭଳି ଭାବରେ ପାଣିକୋଇଲି ଅଂଚଳରୁ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିଲା। ଅଭିଯୁକ୍ତ ଓବେଦ ନାଁରେ ୪ଟି ମାମଲା ରୁଜୁ ହୋଇଥିଲା। ଚଢ଼ାଉ ବେଳେ ଓବେଦ ନିକଟରୁ ପୁଲିସ ୩ଟି ଲ୍ୟାପଟପ୍‌, ୭ଟି ମୋବାଇଲ୍‌ ଏବଂ ୩୦ଟି ଏଟିଏମ୍‌ କାର୍ଡ ଜବତ କରିଛି। ଓବେଦକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର