ସାଢ଼େ ୧୧ ଲକ୍ଷର କାମ ପାଇଁ ଲକ୍ଷେ ଲାଞ୍ଚ : ବିଶ୍ରା ବିଡିଓଙ୍କୁ ଗିରଫ କଲା ଭିଜିଲାନ୍ସ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଝିରପାଣି ପଞ୍ଚାୟତ ଅନ୍ତର୍ଗତ ଝିରପାଣି ଗାଁରେ ସ‌ାଢ଼େ ୧୧ ଲକ୍ଷ ଟଙ୍କାର ବ୍ୟୟରେ ୪ଟି ଡ୍ରେନ ନିର୍ମାଣ କାମର ପ୍ରଶାସନିକ ଅନୁମତି ପାଇଁ ଝିରପାଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲାବେଳେ ବିଶ୍ରା ବିଡିଓ ପ୍ରଶାନ୍ତ କୁମାର ରାଉତ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କ ଅଫିସ ଡ୍ର’ରୁ ଭିଜିଲାନ୍ସ ଟିମ୍‌ ୧ ଲକ୍ଷ ଟଙ୍କାର ରଙ୍ଗବୋଳା ଟଙ୍କା ଜବତ କରିଛନ୍ତି। ସେଥିରେ ରହିଛି ୨ ହଜାର ଟଙ୍କିଆ ୩୫ ଓ ୫୦୦ ଟଙ୍କିଆ ୬୦ ଖଣ୍ଡ ନୋଟ୍‌। ଏହା ସହିତ ଭିଜିଲାନ୍ସର ପୃଥକ ପୃଥକ ଟିମ୍‌ ଏକସମୟରେ ବିଡ଼ିଓଙ୍କ ଭୁବଶ୍ବରସ୍ଥିତ ଭଡାଘର ଓ ଭଦ୍ରକର ପୈତୃକ ଘର ଉପରେ ମଧ୍ୟ ଚଢ଼ଉ କରିଛନ୍ତି। ଗିରଫ ପରେ ବିଡିଓ ଶ୍ରୀ ରାଉତଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।

ସମ୍ବନ୍ଧିତ ଖବର