ନାଗରିକତା ଆଇନକୁ ନେଇ ସୁନ୍ଦରଗଡ଼ରେ ଦୁଇଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର : ନାଗରିକତା (ସଂଶୋଧନ)ଆଇନକୁ ନେଇ ସୁନ୍ଦରଗଡ଼ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ରିଜେନ୍ତ ମାର୍କେଟ ଅଞ୍ଚଳରେ ଏହି ଆଇନର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଆଇନକୁ ବିରୋଧ କରୁଥିବା ଗୋଟିଏ ଗୋଷ୍ଠୀ ପଥର ମାଡ଼ କରିବାରୁ ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା । ଘଟଣାସ୍ଥଳରେ ସୁନ୍ଦରଗଡ଼ ଏସପି ପହଞ୍ଚିଛନ୍ତି । ଗଣ୍ଡଗୋଳ କରୁଥିବା ଗୋଟିଏ ଗୋଷ୍ଠୀ ନାଁରେ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଏହା ସହିତ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ।

ସମ୍ବନ୍ଧିତ ଖବର