ସୁନ୍ଦରଗଡ଼ ପୁଲିସ୍‌ ହାତରେ ଧରାପଡ଼ିଲା ଡକାୟତ ଗ୍ୟାଙ୍ଗ୍‌; ଜବତ ହେଲା ବହୁ ପରିମାଣର ମାରଣାସ୍ତ୍ର ଓ ଚୋରି ସାମଗ୍ରୀ

0 379

ସୁନ୍ଦରଗଡ଼: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡକାୟତି କରୁଥିବା ଅଭିଯୋଗରେ ଶନିବାର ସୁନ୍ଦରଗଡ଼ ପୁଲିସ୍‌ ଏକ ୧୩ ଜଣିଅା ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି।  ପୁଲିସ୍‌ ଏମାନଙ୍କୁ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨ଟି ବନ୍ଧୁକ, ୬ ଗୁଳି, ୨ଟି ମ୍ୟାଗ୍‌ଜିମ୍‌, ଭୁଜାଲୀ, ଖଣ୍ଡା, ୩ଟି ବାଇକ୍‌, ମୋବାଇଲ୍‌ ଫୋନ୍‌ ଓ ଟ୍ୟାବ୍‌ଲେଟ୍‌ ଆଦି ଜବତ କରିଛି।

ଏହି ଗ୍ୟାଙ୍ଗ୍‌ର  ଡକାୟତମାନେ ସୁନ୍ଦରଗଡ଼ ଜିଲ୍ଲାର ଧରୁଆଡିହି, କିଙ୍ଗିରିକେଲା, ଭଷ୍ମା ଓ ଝାର୍‌ସୁଗୁଡ଼ାର ଇଲିକେଲା ଥାନା ଅଞ୍ଚଳରେ ଡକାୟତି କରିଥିବା ଜଣାପଡ଼ିଛି। ଗିରଫ ଡକାୟତମାନେ ହେଲେ ସମୀର ନାୟକ, ରବି ମିରି, ପ୍ରକାଶ ଜୟପୁରିଆ, ରାମ ରୋହିଦାସ, ଶୁଭମ୍‌ ନାଗ, ସୁବ୍ରତ ଶେଖର ଦେଓ, ବେଣୁଧର ନାଥ ଓ ଚନ୍ଦନ ବର୍ମା ।

ଏମାନେ ଗତ ୨୪ ତାରିଖରେ ସୁନ୍ଦରଗଡ଼ ଥାନା ଅଞ୍ଚଳରେ ଡକାୟତି ଉଦ୍ୟମ କରିଥିଲେ। ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ଜରିଆରେ ଏହି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ ହୋଇଥିଲା। ଏମାନଙ୍କ ନାମରେ ଅାଗରୁ ଏକାଧିକ ଅପରାଧୀକ ମାମଲା ରହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.