ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ହେମଗିର: ବରପାଲି-ଲଇକେରା ରାସ୍ତା ପାର୍ଶ୍ୱ ଜଙ୍ଗଲରୁ ଜୈନିକ ଯୁବକର ଝୁଲନ୍ତା ଶବକୁ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଭଷ୍ମା ଥାନା ଅନ୍ତର୍ଗତ ରେମଣ୍ଡା ଗ୍ରାମର ଆଶିଷ ନାଏକ(୩୦)। ରାସ୍ତା ଠାରୁ ୨ଶହ ମିଟର ଦୂରରେ ଏକ ଗଛରେ ଶବ ଝୁଲୁଥିବା ଦେଖି ଗାଁ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଶବଟି ଫୁଲି ଯାଇଥିବାବେଳେ ଦୁଇ ତିନି ଦିନ ପୂର୍ବରୁ ଏହା ଘଟିଥିବା କୁହାଯାଉଛି। ମୃତ ଯୁବକ ଏକ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ଏବଂ ଟି ସାର୍ଟ ଏବଂ ଗୋଡ଼ରେ ଚପଲ ପିନ୍ଧି ଥିବା ଦେଖାଯାଇଛି।

ଯୁବକର ନିଖୋଜ ସଂପର୍କରେ ପରିବାର ପକ୍ଷରୁ ଭଷ୍ମା ଥାନାରେ ଏତଲା ଦିଆଯାଇଥିବାବେଳେ ଗତ ଚାରି ଦିନ ଆଗରୁ ନିଜର ଓଆର୍‌ ୧୬ଡି ୫୫୭୭ ଯୋଗେ ବଲିଙ୍ଗା ଫାଣ୍ଡି ବାଲିଚୁଆଁକୁ ଏକ ବାହାଘର ଉତ୍ସବରେ ଯୋଗଦେବାକୁ ଆସିଥିବା କୁହାଯାଇଛି। ଶବ ଝୁଲୁଥିବା କିଛି ଦୂରେ ଉକ୍ତ ବାଇକ୍‌ଟିକୁ ମଧ୍ୟ ପୁଲିସ ଉଦ୍ଧାର କରିଛି। ବଲିଙ୍ଗା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଏହା ଏକ ଆତ୍ମହତ୍ୟା ବୋଲି ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର