ସୁନ୍ଦରଗଡ଼ : ଜଙ୍ଗଲରୁ ନାବାଳିକାର ଗଳିତ ମୃତଦେହ ଜବତ, ଦୁଷ୍କର୍ମ ପରେ ହତ୍ୟା ସଂଦେହ

ଭୁବନେଶ୍ୱର : ରାଜ୍ୟରେ ବଢିଚାଲିଥିବା ଶିଶୁ ନିଖୋଜ ଓ ଦୁଷ୍କର୍ମ ଘଟଣାକୁ ନେଇ ଆଜି ବିଧାନସଭାରେ ବିରୋଧୀ ଦଳ ସରକାରଙ୍କୁ ଘେରିଥିବାବେଳେ ସୁନ୍ଦରଗଡ଼ରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ଗତ ୨୦ ତାରିଖରୁ ନିଖୋଜ ହୋଇଥିବା ଜଣେ ନାବାଳିକାର ଗଳିତ ମୃତଦେହ ସୁନ୍ଦରଗଡ଼ ହେମଗିରି ଥାନା ଗୋପାଳପୁର ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଛି । କେହି ଦୁର୍ବୁତ୍ତ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସଂଦେହ କରାଯାଉଛି । ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଗତ ୨୦ ତାରିଖରୁ ଏହି ନାବାଳିକା ନିଖୋଜ ହେବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର