୧୬୬୦ରେ ପହଞ୍ଚିଲା ରାଜ୍ୟରେ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଛି |
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ, ଏହି ୬୭ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ୨୮ଜଣ ଗୁଜୁରାଟ ଫେରନ୍ତା ବୋଲି ଜଣାଯାଇଛି।  ୬୫ଜଣ ସଙ୍ଗରୋଧ କେନ୍ଦ୍ରର ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
ଏମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାର ୧୬, ନୟାଗଡ଼ ଜିଲ୍ଲାର ୭ଜଣ, ଖୋର୍ଦ୍ଧା ଜିଲ୍ଲାର ୩ଜଣ ଓ ଯାଜପୁର ଜିଲ୍ଲାର ୨ଜଣ ଗୁଜୁରାଟ ଫେରନ୍ତା ଅଛନ୍ତି।

ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୯୪, ବାଲେଶ୍ବରରେ ୧୩୯, ଯାଜପୁରରେ ୨୫୩ , କଟକରେ ୮୬, ସୁନ୍ଦରଗଡ଼ରେ ୩୯ , ପୁରୀରେ ୮୫, କେନ୍ଦ୍ରାପଡ଼ାରେ ୬୧. ଅନୁଗୁଳରେ ୨୫ ,ଖୋର୍ଦ୍ଧାରେ ୧୧୦, ଦେବଗଡ଼ରେ ୨୪ , ଭଦ୍ରକରେ ୧୦୬, ନୟାଗଡ଼ରେ ୫୭, ଜଗତସିଂହପୁରରେ ୪୯, ନୂଆପଡାରେ ୧୪, ବଲାଙ୍ଗୀରରେ ୫୬, ବୌଦ୍ଧରେ ୩୩, ଅନୁଗୁଳରେ ୨୫, କେନ୍ଦୁଝରରେ ୨୧, ମାଲକାନଗିରିରେ ୧୯, ମୟୂରଭଞ୍ଜରେ ୧୬, କଳାହାଣ୍ଡିରେ ୧୫, କନ୍ଧମାଳରେ ୧୩, ଗଜପତିରେ ୧୦, କୋରାପୁଟରେ ୭, ଢେଙ୍କାନାଳରେ ୭, ଝାରସୁଗୁଡ଼ାରେ ୬, ସମ୍ବଲପୁରରେ ୭ରେ ପହଞ୍ଚିଛି।

ଅପରପକ୍ଷରେ ବରଗଡ଼ରେ ୨ରେ, ସୁବର୍ଣ୍ଣପୁର ଜିଲ୍ଲାରେ ୫ରେ  ନବରଙ୍ଗପୁରର ଓ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୪୧ ହୋଇଥିବା ବେଳେ ୮୧୨ଜଣ ସୁସ୍ଥ ହୋଇଛନ୍ତି। ଏଯାବତ୍ କରୋନା ସଂକ୍ରମଣରେ ୭ଜଣଙ୍କର ପ୍ରାଣହାନି ଘଟିଛି।

ସମ୍ବନ୍ଧିତ ଖବର