ବ୍ରଜରାଜନଗର: ହାଓ୍ଵଡା-ପୁନେ ଆଜାଦ୍‌ହିନ୍ଦ ଏକ୍ସପ୍ରେସରୁ ୬ବଣ୍ଡଲ ଡିଟୋନେଟର ଜବତ

ବ୍ରଜରାଜନଗର: ବ୍ରଜରାଜନଗର ରେଳ ଷ୍ଟେସନ୍‌ରୁ ଶୁକ୍ରବାର ଆରପିଏଫ୍‌ ପୁଲିସ ୬ ବଣ୍ଡଲ ଡିଟୋନେଟର ଜବତ କରିଛି। ସୂଚନାଯୋଗ୍ୟ, ଆଜି ସକାଳ ୬ଟା ସମୟରେ ହାଓ୍ଵଡା-ପୁନେ ଆଜାଦ୍‌ହିନ୍ଦ ଏକ୍ସପ୍ରେସ ବ୍ରଜରାଜନଗର ରେଳଷ୍ଟେସନ୍‌ ପହଞ୍ଚି ଥିଲା। ଏହି ସମୟରେ ଜେନେରାଲ ବଗିର ଦ୍ୱାର ପାଖରେ ଏକ କଳା ରଙ୍ଗର ଏୟାର ବ୍ୟାଗ ଥିବା ଦେଖିବାକୁ ମିଳିଥିଲା। ଏହି ବ୍ୟାଗ୍‌ଟି କାହାର, କିଏ ଏହାକୁ ଏମିତି ଦ୍ୱାରା ପାଖରେ ରଖିଛି ବୋଲି ବ୍ରଜରାଜନଗର ଆର୍‌ପିଏଫ୍‌ ପୁଲିସ ଯାତ୍ରୀଙ୍କୁ ପଚାରିଥିଲେ ହେଁ କେହି ଏ ବିଷୟରେ କିଛି ଜାଣି ନାହାନ୍ତି ବୋଲି କହିଥିଲେ। ଏହାପରେ ଆର୍‌ପିଏଫ୍‌ ପୁଲିସ ଏହି ବ୍ୟାଗ୍‌କୁ ଜବତ କରି ଖୋଲିଲା ବେଳକୁ ସେଥିରେ ୬ବଣ୍ଡଲ ଡିଟୋନେଟର ଥିବା ଦେଖିବାକୁ ପାଇଥିଲା।

ସମ୍ବନ୍ଧିତ ଖବର