ସୁନ୍ଦରଗଡ଼: ବଡ଼ଭାଇର କାଠ ଫାଳିଆ ମାଡ଼ରେ ସାନ ଭାଇର ମୃତ୍ୟୁ ଅଭିଯୋଗ

ସୁନ୍ଦରଗଡ଼: ତଳସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବସଷ୍ଟାଣ୍ଡସାହିରେ ବଡ଼ଭାଇର କାଠ ଫାଳିଆ ଆକ୍ରମଣରେ ସାନ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପାରିବାରିକ କଳହକୁ ନେଇ ମଙ୍ଗଳବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ପାଇ ପୁଲିସ ମୃତଦେହ ଜବତ କରିଛି।

ରିପୋର୍ଟ ଅନୁସାରେ ମଙ୍ଗଳବାର ରାତି ଖାଇବା ସମୟରେ ବଡ଼ଭାଇ ଅନିଲ କିସପଟ୍ଟା ଓ ତା’ ସାନଭାଇ ଦୁଷ୍ମନ୍ତ କିସପଟ୍ଟାଙ୍କ ମଧ୍ୟରେ ପାରିବାରିକ ସମସ୍ୟା ନେଇ ଯୁକ୍ତି ତର୍କ ହୋଇଥିଲା। ପରିବାରର ଅନ୍ୟ ସମସ୍ତେ ଉପସ୍ଥିତ ଥଲେ ମଧ୍ୟ କେହି ବିରୋଧ କରି ପାରି ନଥିଲେ। ପରବର୍ତ୍ତୀ ସମୟରେ ଏହା ବଢ଼ିବାକୁ ଲାଗିଥିଲା। ଫଳରେ ଅନିଲ ଉତ୍ତେଜିତ ହୋଇ ଦୁଷ୍ମନ୍ତଙ୍କୁ କାଠ ଫାଳିଆର ଆକ୍ରମଣ କରିଥିଲା। ଏହା ପରେ ଦୁଷ୍ମନ୍ତର ଶରୀରରୁ ରକ୍ତ ସ୍ରାବ ହେବାରୁ ତାକୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଦୁଷ୍ମନ୍ତର ଆଜି ମୃତ୍ୟୁ ଘଟିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର